Odisha Link
Bridging the Missing Links in Odisha

ଟ୍ବିନ୍‌ ସିଟିରେ ଦାଦାବଟି ରୋକିବାକୁ ହେଲ୍‌ପ ଲାଇନ ନମ୍ବର ଜାରି

ଭୁବନେଶ୍ବର: ପୁଣି ଦାଦାବଟିକୁ ନା’। ଦାବାବଟି ରୋକିବା ପ୍ରସଙ୍ଗରେ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ପ୍ରେସ୍‌ମିଟ୍। ପ୍ରେସ୍‌ମିଟ୍‌ ଜରିଆରେ ଦାବାବଟି ରୋକିବାକୁ ହେଲ୍‌ପ ଲାଇନ ନମ୍ବର ଜାରି କରିଛନ୍ତି ପୋଲିସ ଡିଜିପି ଅଭୟ। ଜାରି ହେଲ୍‌ପ ଲାଇନ ନମ୍ବର ହେଉଛି ୯୯୩୮୯୧୦୦୦୦। ଏହି ହେଲ୍‌ପ ଲାଇନ ନମ୍ବର ଭୁବନେଶ୍ବର ଓ କଟକରେ କାମ କରିବ।

ପୁଲିସ ଡିଜିପି ପ୍ରେସ ମିଟରେ ଆହୁରି କହିଛନ୍ତି ଯେ, ଏସ୍ଏମ୍ଏସ୍ ତଥା ମେସେଜ ମାଧ୍ୟମରେ ଯେ କେହି ଅଭିଯୋଗ କରିପାରିବେ। ଅଭିଯୋଗକାରୀ ଇଚ୍ଛା କଲେ ନିଜ ନାମ ମଧ୍ୟ ଗୁପ୍ତ ରଖି ଅଭିଯୋଗ କରିପାରିବେ। ପୂର୍ବରୁ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ କେତେକ ଦାଦାଙ୍କୁ ଗିରଫ କରିଛି।

Comments are closed.