Odisha Link
Bridging the Missing Links in Odisha

ଯୁବକଙ୍କ ମୃତ୍ୟୁରୁ ଉତ୍ତେଜନା, ଫରେଷ୍ଟ ଅଫିସ ଘେରାଉ

ଉଦଳା: ପୋଡାଡିହା ରେଞ୍ଜ ନଛିପୁର ଗାଁର ଜଣେ ଯୁବକ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଶିକାରୀ ସନ୍ଦେହରେ ବନ କର୍ମଚାରୀ ଯୁବକଙ୍କୁ ପିଟିଟିପିଟି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ମୃତକ ହେଲେ ଚନ୍ଦ୍ରମଣି ନାଏକଙ୍କ ପୁଅ ଗଜେନ୍ଦ୍ର ନାଏକ (୪୫)।

ଯୁବକ ଜଣକ ଗତ ଶୁକ୍ରବାର ଦିନ ଶିମିଳିପାଳ ଜଙ୍ଗଲକୁ ଯାଇ ନିଖୋଜ ଥିଲେ ।କାଲି ବବନବିଭାଗ ପକ୍ଷରୁ ଯୁବକ ଚିକିତ୍ସିତ ହେଉଥିବା ଖବର ଆସିଥିଲା ।

ଉକ୍ତ ବ୍ୟକ୍ତିଙ୍କୁ ପ୍ରଥମେ ଉଦାଳା ପରେ କଟକକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗାଁରେ ଶବ ଦେହ ପହଁଞ୍ଚିବା ପରେ ଗ୍ରାମବାସୀ ତାତି ଯାଇ ଶବ ରଖି ଧାରଣା କରିଛନ୍ତି ।