ପାକିସ୍ତାନରୁ ଫେରିଲେ ବନ୍ଦୀ ଓଡ଼ିଆ ଯୁବକ

ସୁନ୍ଦରଗଡ଼: ୨୫ ବର୍ଷ ପରେ ପାକିସ୍ତାନ ଜେଲ୍ରୁ ମୁକୁଳିଲେ ବନ୍ଦୀ ଓଡ଼ିଆ ଯୁବକ। ପାକିସ୍ତାନ ଜେଲ୍ରେ ୨୫ ବର୍ଷ ସଜା କାଟି ସୁନ୍ଦରଗଡ଼ କୁତ୍ରା ବ୍ଲକ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ। ପାକିସ୍ତାନରୁ ଫେରିବା ପରେ ପଞ୍ଜାବର ଅମୃତସରର ଏକ ହସ୍ପିଟାଲ୍ରେ କ୍ବାରେଣ୍ଟାଇନ୍ରେ ଅଛନ୍ତି ବିରଜୁ। ଏନେଇ ରାଜଗାଙ୍ଗପୁର ଏସ୍ଡିପିଓ ଶଶାଙ୍କ ଶେଖର ବେଉରାଙ୍କ ସୂଚନା ଦେଇଛନ୍ତି। ଭୁଲବଶତଃ ପାକିସ୍ତାନ ସୀମାରେ ପ୍ରବେଶ କରିବାରୁ ଗିରଫ ହୋଇଥିଲେ ବିରଜୁ।
ସୁଚନାଯୋଗ୍ୟ, ବିରୁଜୁ ଅନେକ ଦିନ ତଳୁ କୁତ୍ରା ଥାନା ଜଙ୍ଗରପଡା ଗାଁରୁ ନିଖୋଜ ହୋଇ ଯାଇଥିଲେ। ଗତ ୨୬ ରେ କୁତ୍ରା ଥାନାକୁ ତାଙ୍କର ଫଟୋ ସହ ଚିହ୍ନଟ ପାଇଁ ତାଙ୍କ ଚିଠି ଆସିଥିଲା। ଫଟୋ ଦେଖି ପରିବାର ଲୋକେ ତାଙ୍କୁ ଚିହ୍ନଟ କରିଥିଲେ। ନିଖୋଜ ବେଳେ ବିରଜୁ ମାନସିକ ପିକଅତ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ଅକ୍ଟୋବର ୨୬ରେ ଭାରତକୁ ପ୍ରତ୍ୟର୍ପଣ କରିଥିଲା ପାକିସ୍ତାନ।
Comments are closed.