Odisha Link
Bridging the Missing Links in Odisha

କଟକରେ ବାଣ ଦୋକାନୀଙ୍କୁ ଅନୁମତି

କଟକ: କଟକରେ ବାଣ ଦୋକାନୀଙ୍କୁ ଅନୁମତି। ଦୀପାବଳୀ ପାଇଁ ବାଣ ବିକ୍ରି କରିପାରିବେ ବାଣ ଦୋକାନୀ। ଦୁର୍ଗାପୂଜା ଭଳି କୋଭିଡ କଟକଣା ମଧ୍ୟରେ ପାଳନ ହେବ କାଳୀ ପୂଜା। କାଳୀ ପୂଜା ଓ ଦୀପାବଳୀ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

କାଳୀ ପୂଜା ଓ ଦୀପାବଳୀ ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୫୦ ଅଧିକାରୀ ମୁତୟନ ହେବେ। ପୂର୍ବ ବର୍ଷ ଭଳି ବାଣ ଦୋକାନକୁ ଅନୁମତି ମିଳିବ। କେଉଁଠି ବାଣ ଦୋକନ କରାଯିବ, ତାହା ସ୍ଥିର କରାଯିବ ବୋଲି ଡିସିପି କହିଛନ୍ତି। ଏଥିସହ ବାଣ ଦୋକାନରେ ସାମାଜିକ ଦୂରତା ପାଳନ ସହ ମାସ୍କ ବାଧ୍ୟତାମୂଳକ ବୋଲି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।