Odisha Link
Bridging the Missing Links in Odisha

୫୫ ବର୍ଷରେ ପାଦ ଥାପିଲେ କିଙ୍ଗ୍‌ ଖାଁ ଶାହରୁଖ

ମୁମ୍ବାଇ: ଆଜି ବଲିଉଡ ବାଦଶାହ ଶାହରୁଖ ଖାନ୍‌ଙ୍କ ଜନ୍ମଦିନ। ୫୫ ବର୍ଷରେ ପାଦ ଥାପିଲେ ବଲିଉଡ୍‌ର କିଙ୍ଗ୍‌ ଖାଁ ଶାହରୁଖ। ଶାହରୁଖଙ୍କ ଜନ୍ମଦିନ ଅବସରରେ ବହୁ କଳାକାରଙ୍କ ସମେତ ତାଙ୍କର ବହୁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ୧୯୬୫ ନଭେମ୍ବର ୨ରେ ଶାହରୁଖ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ। ଟିଭି ସିରିଏଲ୍‌ରୁ ତାଙ୍କର ଅଭିନୟ କ୍ୟାରିୟର ଆରମ୍ଭ କରି ପରେ ବଲିଉଡ୍‌ରେ ପାଦ ଥାପିଥିଲେ ଶାହରୁଖ।

ଆସନ୍ତୁ ଜାଣିବା ଶାହରୁଖ୍‌ଙ୍କ ପ୍ରେମ କାହାଣୀ ସମ୍ପର୍କରେ କିଛି ରୋଚକ ତଥ୍ୟ

ଗୌରୀ ଖାନ୍‌କୁ ଶାହରୁଖ୍ କେତେ ଭଲପାଆନ୍ତି, ଏକଥା କାହାକୁ ଅଛପା ନାହିଁ। ଗୌରୀଙ୍କ ପରେ ଶାହରୁଖ୍‌ଙ୍କ ପ୍ରେମ ଓ ପୂଜା ହେଉଛି ‘ଚଳଚ୍ଚିତ୍ର’। କିନ୍ତୁ ଏକ ସାକ୍ଷାତକାରରେ ଶାହରୁଖ୍‌ କହିିଥିଲେ, ମୁଁ ଗୌରୀଙ୍କୁ ପାଗଳଙ୍କ ଭଳି ଭଲପାଏ। ତାଙ୍କ ପାଇଁ ମୁଁ ଚଳଚ୍ଚିତ୍ର ଜଗତ ଛାଡ଼ିବାକୁ ବି ପ୍ରସ୍ତୁତ। ଯଦି କେହି ଗୌରୀ ଓ ଚଳଚ୍ଚିତ୍ର ଭିତରୁ ଜଣକୁ ବାଛିବାକୁ କୁହେ, ମୁଁ ନିର୍ଦ୍ବନ୍ଦ୍ବରେ ଗୌରୀଙ୍କୁ ବାଛିବି। ଗୌରୀ ବି କୁହନ୍ତି, ଶାହରୁଖ୍‌ ତାଙ୍କ ସଫତଳା ପାଇଁ ଯେତିକି ଧ୍ୟାନ ଦିଅନ୍ତି, ତାଙ୍କ ସୁରକ୍ଷା ପାଇଁ ବି ସେତିକି ଚିନ୍ତିତ।

୧୯୮୪ରେ ଦିଲ୍ଲୀର ପଞ୍ଚଶୀଳ କ୍ଲବ୍‌ରେ ୧୯ ବର୍ଷ ବୟସ୍କ ଶାହରୁଖ ୧୪ ବର୍ଷ ବୟସ୍କା ଗୌରୀଙ୍କୁ ପ୍ରଥମ ଥର ପାଇଁ ଭେଟିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ଫୋନ୍‌ ନମ୍ବର ଦିଆନିଆ ହୋଇଥିଲେ। ସେ ସମୟରେ ଗୌରୀଙ୍କୁ ନେଇ ତାଙ୍କର ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚାରେ ରହିଥିଲା। ଏହାପରେ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ। ୧୯୯୧ ଅଗଷ୍ଟ ୨୬ରେ ଦୁହେଁ କୋର୍ଟରେ ବିବାହ କରିଥିଲେ।

Comments are closed.