Odisha Link
Bridging the Missing Links in Odisha

ସଡ଼କ‌ ଦୁର୍ଘଟଣା: ୨ ମୃତ, ୨୫ ଆହାତ

ବୌଦ୍ଧ: ବୌଦ୍ଧ-ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ମର୍ମନ୍ତୁଦ ସଡ଼କ‌ ଦୁର୍ଘଟଣା। ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଗୁରୁତରଙ୍କୁ ବୁର୍ଲା ମେଡିକାଲ୍‌ ସ୍ଥାନାନ୍ତରିତ କରାଯାଇଛି। ଏଥିସହ ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହାତ ହୋଇଛନ୍ତି। ଆହାତ ଯାତ୍ରୀଙ୍କୁ ବୌଦ୍ଧ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ- ଅନୁଗୁଳ ଜିଲା ସୀମାନ୍ତ କିଆକଟା ଛକରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। କିଆକଟା ଛକରେ ଠିଆ ହୋଇଥିବା ଇନୋଭାକୁ ହୀରାକୁଦରୁ ବ୍ରହ୍ମପୁର ଯାଇଥିବା ଏକ ବସ୍‌ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.