ଡମ୍ଫର-କାର୍ ମୁହାଁମୁହିଁ ଧକ୍କା, କାର ଚାଳକ ଗୁରୁତର

କଟକ: ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହା କଟକ ତ୍ରିଶୁଳିଆ ନେତାଜୀ ସେତୁ ଉପରେ ହୋଇଛି। ଡମ୍ଫର ଓ କାର୍ ମୁହାଁମୁହିଁ ଧକ୍କା ହେବାରୁ କାର୍ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, କାର୍ର କିଛି ଅଂଶ ଡମ୍ଫର ଭିତରେ ପଶି ଯାଇଥିବାରୁୁ ଉଭୟ ଗାଡ଼ିର କିଛି ଅଂଶକୁ କାଟି ଅଲଗା କରାଯାଇଥିଲା। କାର୍ ଡ୍ରାଇଭର ଗାଡ଼ି ଭିତରେ ବହୁ ସମୟ ପର୍ଯ୍ୟନ୍ତ ଚାପି ହୋଇ ରହିଥିଲେ।
ପରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା।କଟକରୁ ଭୁବନେଶ୍ୱର ଯାଉଥିବା ଏକ ଡମ୍ଫର ସହ ବାରଙ୍ଗରୁ କଟକ ଆସୁଥିବା ଏକ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ସୂଚନା ପାଇ କଟକ ଓ ବାରଙ୍ଗରୁ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ଡମ୍ଫର ଡ୍ରାଇଭର ଓ ହେଲ୍ପର୍ ଫେରାର ହୋଇଯାଇଥିବା ସୂଚନା ମିଳିଛି।
Comments are closed.