ରାଜଧାନୀରେ ମାତୁଛନ୍ତି ଲୁଟେରା, ୮୫ ହଜାର ଟଙ୍କାର ଶୀତତାପ ନିୟନ୍ତ୍ରିତ ଚୋରି

ଭୁବନେଶ୍ବର: ରାଜଧାନୀରେ ଲୋକେ ନିଜକୁ ଘରେ ଏବଂ ବାହାରେ ଅସୁରକ୍ଷିତ ମଣିବାରେ ଲାଗିଛନ୍ତି। କାରଣ ଦିନକୁ ଦିନ ଲୁଟେରା ବଢ଼ିବାରେ ଲାଗିଛନ୍ତି। ବହୁମୂଲ୍ୟ ସାମଗ୍ରୀ ଘରୁ ତଥା ବ୍ୟବସାୟିକ ପ୍ରତିଷ୍ଠାନରୁ ଦୁର୍ବୃତ୍ତ ଚୋରି କରି ନେଉଛନ୍ତି।
ସହିଦନଗରସ୍ଥିତ ରିଲାଏନ୍ସ ଟ୍ରେଣ୍ଡ ଗୋଦାମ ଘରୁ ୮୫ ହଜାର ଟଙ୍କାର ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ବ୍ୟବହୃତ ହେଉଥିବା ତମ୍ବା ତାର ଏବଂ ପାଇପ୍ ଆଦି ଚୋରି ହୋଇଯାଇଛି। ଏନେଇ ଷ୍ଟୋର୍ ମ୍ୟାନେଜର ସଞ୍ଜୀବ କୁମାର ରାମ ଅଭିଯୋଗ କରିଛନ୍ତି।
ସେହିପରି ମମତା ପଣ୍ଡା ନାମକ ଜଣେ ମହିଳା ତାଙ୍କ ଛୋଟ ଛୁଆ ସହିତ ସ୍କୁଟିରେ ଯାଉଥିବା ବେଳେ ସନ୍ଧ୍ୟା ୭ଟା ସମୟରେ ବାଣୀବିହାର ଜଙ୍କସନ ନିକଟରେ ଦୁଇଜଣ ଲୁଟିଆ ଏକ କେଟିଏମ୍ ବାଇକରେ ଆସି ତାଙ୍କ ବେକରୁ ସୁନା ଚେନ ଟାଣି ନେଇଯାଇଥିଲେ। ମହିଳା ଜଣଙ୍କ ବେକକୁ ଜାବୁଡ଼ି ଧରିବାରୁ ଅଧା ଚେନ୍ ଦୁର୍ବୃତ୍ତମାନେ ନେଇ ଯାଇଥିଲେ। ବାକି ଅଧା ଚେନ୍ ତାଙ୍କ ବେକରେ ରହିଯାଇଥିଲା।
ଅନୁରୂପ ଭାବେ ଆଉ ଜଣେ ମହିଳା ସାଧନା ମହାନ୍ତ ମାର୍କେଟିଂ ସାରି ରାତି ୯ଟା ବେଳେ ୧୦ ମିନିଟରେ ଘରକୁ ଫେରୁଥିବା ବେଳେ ଆରେକ ଏନ୍କ୍ଳେଭ ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କ ସୁନା ଚେନ ଝାମ୍ପି ନେଇଥିଲା। ଫଳରେ ସେ ତଳେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ପର୍କୀୟମାନେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ।
Comments are closed.