Odisha Link
Bridging the Missing Links in Odisha

ଆଜିଠୁ ଇ-ବିଧାନସଭା ପାଇଁ ତାଲିମ

ଭୁବନେଶ୍ୱର: ଏଣିକି ଇଣ୍ଟରନେଟ୍ ମାଧ୍ୟମରେ ଚାଲିବ ବିଧାନସଭାର ସମସ୍ତ କାର୍ଯ୍ୟ। ଏଥିପାଇଁ ଆଜିଠୁ ଇ- ବିଧାନସଭା ପାଇଁ ବିଧାନସଭା କର୍ମଚାରୀଙ୍କୁ ତାଲିମ ଦିଆଯିବ। ବିଧାନସଭା ସମ୍ପୂର୍ଣ୍ଣ ଓ୍ଵାଇଫାଇ ସହ କମ୍ପ୍ୟୁଟରାଇଜେସନ୍ ହୋଇଛି। ହିମାଚଳ ପ୍ରଦେଶ ପରେ ଓଡ଼ିଶା ବିଧାନସଭା ସମ୍ପୂର୍ଣ୍ଣ ଇ- ବିଧାନସଭାରେ ପରିଚାଳିତ ହେବ। ବିଧାନସଭାକୁ ସମ୍ପୂର୍ଣ୍ଣ ଓ୍ଵାଇଫାଇ କରାଯିବା ସହ ବିଧାୟକମାନଙ୍କୁ ଡିଜିଟାଲ ଉପକରଣ ଦିଆଯାଇଛି। ଅଧିବେଶନଠାରୁ ଆରମ୍ଭ କରି ସମସ୍ତ କାମ ଡିଜିଟାଲ କରାଯିବ।

ବିଧାନସଭା କର୍ମଚାରୀଙ୍କୁ ତାଲିମ ଦିଆଯିବା ପରେ ବିଧାୟକମାନଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯିବ। ବିଧାନସଭାର ୩୮୩ ଜଣ କର୍ମଚାରୀଙ୍କୁ ଅନ୍‌ଲାଇନ୍‌ରେ କାମ କରିବା ପାଇଁ କମ୍ପ୍ୟୁଟର ଦିଆଯାଇଛି। ଇ- ବିଧାନସଭା ପ୍ରସ୍ତୁତି ଓ ଶୀତ ଅଧିବେଶନ ପରେ ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବ ବୋଲି ବାଚସ୍ପତି କହିଛନ୍ତି। ଏହାସହ ବିଧାନସଭାରେ ଦୁଇଟି ଭିଡିଓ କନଫରେନ୍‌ସ ହଲ୍‌ ବ୍ୟବସ୍ଥା କରାଯାଇଛି ୨୪ ଘଣ୍ଟାରେ ସମସ୍ତ ଫାଇଲ କାମ କରିବାକୁ ଲକ୍ଷ୍ୟ ରଖିଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଭିଜନ ଅନୁସାରେ ଇ- ବିଧାନସଭା ପ୍ରସ୍ତୁତ କରାଯାଇଛି ବୋଲି ବାଚସ୍ପତି କହିଛନ୍ତି। କୋଭିଡ୍‌ କଟକଣା ଭିତରେ ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୦ରୁ ଡିସେମ୍ବର ୩୧ଯାଏଁ ଚାଲିବ। ମୌସୁମୀ ଅଧିବେଶନ ଢାଞ୍ଚାରେ ଚାଲିବ ଶୀତ ଅଧିବେଶନ।

Comments are closed.