Odisha Link
Bridging the Missing Links in Odisha

ନାବାଳିକା ଦୁଷ୍କର୍ମ ମାମଲା: ଓଏଏସ୍ ଅଧିକାରୀଙ୍କ ଶ୍ବଶୁର ଗିରଫ

ଭୁବନେଶ୍ୱର: ରାଜଧାନୀରେ ଓଏଏସ୍‌ ଅଧିକାରୀଙ୍କ ଘରେ ଆଦିବାସୀ ନାବାଳିକାକୁ ଦୁର୍ଷ୍କମ ମାମଲା। ଗିରଫ ହେଲେ ଓଏଏସ୍‌ ଅଧିକାରୀଙ୍କ ଶ୍ବଶୁର ପ୍ରଫୁଲ୍ଲ ପୃଷ୍ଟି । ପ୍ରଫୁଲ୍ଲଙ୍କୁ ବାଲିଚନ୍ଦ୍ରପୁର ଥାନା ପୋଲିସ ଗିରଫ କରିଛି। ଗିରଫ ପରେ ବାଲିଚନ୍ଦ୍ରପୁର ଥାନାକୁ ନେଇ ପଚରାଉଚରା କରୁଛି। ପ୍ରଫୁଲ୍ଲଙ୍କ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ପ୍ରଫୁଲଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।

ସୂଚନାଯୋଗ୍ୟ, ଭୁବନେଶ୍ବର ସ୍ଥିତ ଶୈଳଶ୍ରୀ ବିହାରରେ ବିଏମ୍‌ସି ନର୍ଥ ଜୋନ୍‌ ପ୍ରମୋଦ ପୃଷ୍ଟିଙ୍କ ଘରେ ପୀଡିତା ସହାୟିକା ଭାବେ କାମ କରୁଥିଲେ। ସେଠାରେ କାମ କରିବା ସମୟରେ ଓଏଏସ୍‌ ଅଧିକାରୀଙ୍କ ଶ୍ବଶୁର ତାଙ୍କୁ ଦୁଷ୍କର୍ମ କରି ଆସୁଥିଲେ। ଏବଂ ଏକଥା କାହା ଆଗରେ କହିଲେ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ଏଥସହ ପୀଡିତା ଗର୍ଭବତୀ ଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଓଏଏସ୍‌ ଅଧିକାରୀ ପ୍ରମୋଦ ପୃଷ୍ଟି ଫେରାର ଅଛନ୍ତି।

ନାବାଳିକା ଜଣକ ଭୟରେ ଏନେଇ କାହାକୁ କିଛି କହିନଥିବା ବେଳେ ଦୁର୍ଗାପୂଜା ସମୟରେ ଘରକୁ ଯାଇଥିଲେ। ସେଠାରେ ପରିବାର ଲୋକେ ଦୁର୍ଷ୍କମର ଶିକାର ହୋଇଥିବା ନେଇ ଜାଣିବାକୁ ପାଇଥିଲେ। ଏହାପରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାର ଦ୍ବାରସ୍ଥ ହୋଇଥିଲେ ପୀଡିତା ଏବଂ ତାଙ୍କ ମାଆ।

 

Comments are closed.