Odisha Link
Bridging the Missing Links in Odisha

କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ନେଇ ୟୁଜିସି ଗାଇଡ୍‌ଲାଇନ୍ ଜାରି

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ୟୁଜିସି। ୟୁଜିସି ଗାଇଡ୍‌ଲାଇନ୍‌ ମୁତାବକ, ଯେଉଁ ଛାତ୍ର ବା ଶିକ୍ଷକଙ୍କର କରୋନା ଲକ୍ଷଣ ଥିବ ସେମାନଙ୍କୁ କଲେଜ ବା ବିଶ୍ବବିଦ୍ୟାଳୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ର ଏବଂ କର୍ମଚାରୀମାନଙ୍କୁ କଲେଜକୁ ଆସିବାକୁ ଅନୁମତି ମିଳିବ ନାହିଁ। କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ବିଶ୍ବବିଦ୍ୟାଳୟ ଏବଂ କଲେଜଗୁଡିକୁ ଖୋଲିବାକୁ ଅନୁମତି ଦିଆଯିବ।

କୌଣସି କ୍ୟାମ୍ପସ୍ ଖୋଲିବା ପୂର୍ବରୁ କେନ୍ଦ୍ର କିମ୍ବା ରାଜ୍ୟ ସରକାର ସମ୍ପୃକ୍ତ ଅଞ୍ଚଳକୁ ନିରାପଦ ଘୋଷଣା କରିବା ଆବଶ୍ୟକ ବୋଲି ଗାଇଡ୍ ଲାଇନ୍‌ରେ ନିର୍ଦ୍ଦେଶ ଦିଆଇଛି। ଏଥିସହ ସୁରକ୍ଷା ଏବଂ ସ୍ବାସ୍ଥ୍ୟ ପ୍ରତିଷେଧକ ବ୍ୟବସ୍ଥାକୁ କଡାକଡି ପାଳନ କରାଯାଇ ସମ୍ଭବ ହେଲେ ହଷ୍ଟେଲ ଖୋଲାଯାଇ ପାରେ ବୋଲି ୟୁଜିସି କହିଛି। ସେହିପରି ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରମାନଙ୍କୁ ‘ ଆରୋଗ୍ୟ ସେତୁ ଆପ୍’ ମଧ୍ୟ ଡାଉନଲୋଡ୍ କରିବାକୁ ପଡ଼ିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

 

Comments are closed.