Odisha Link
Bridging the Missing Links in Odisha

ନଭେମ୍ବର ୧୬ରୁ ଡିଏଲ୍ ଟେଷ୍ଟ ଆରମ୍ଭ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୬ରୁ ଡିଏଲ୍ ଟେଷ୍ଟ ଆରମ୍ଭ। ଦୀର୍ଘ ୮ ମାସ ପରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ନଭେମ୍ବର ୧୨ରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବା ସହ ୧୬ରୁ ଡିଏଲ୍ ଟେଷ୍ଟ ଆରମ୍ଭ ହେବ। ଏନେଇ ପରିବହନ କମିଶନର ଅଫିସ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୧୨ ତାରିଖରୁ ଦିନ ୧୧ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍‌ ବୁକିଂ କରାଯିବ।

ପୂର୍ବରୁ ଏଲ୍‌ଏଲ୍‌ ଆବେଦନ କରିିଥିବା ବ୍ୟକ୍ତି ହିଁ ସ୍ଲଟ୍‌ ବୁକିଂ କରିପାରିବେ। ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ପାଇଁ ୧୫ ମିନିଟ ସମୟ ଦିଆଯିବ। କୋଭିଡ୍ ଲକ୍ଷଣ ଥିଲେ ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ପାଇଁ ଅନୁମତି ମିଳିବ ନାହିଁ। ଏଥସହ ଅବେଦନକାରୀ ଆର୍‌ଟିଓ ଅଫିସ୍‌ରେ ୪୫ ମିନିଟରୁ ଅଧିକ ସମୟ ରହିପାରିବେ ନାହିଁ।

Comments are closed.