Odisha Link
Bridging the Missing Links in Odisha

ମିଲିନ୍ଦଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ମଡେଲ୍ ମିଲିନ୍ଦ ସୋମନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ସେ ନିଜ ଜନ୍ମ ଦିନରେ ଗୋଆ ବିଚ୍ ରେ ଉଲଗ୍ନ ହୋଇ ଦଉଡ଼ି ଥିବାର ଫଟୋ ଶେୟାରେ କରିଥିଲେ।

ଗୋଆ ସୁରକ୍ଷା ମଞ୍ଚର ଅଭିଯୋଗ କ୍ରମେ ମିଲିନ୍ଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କୋଲ୍ୱା ଥାନାରେ ଆଇପିସିର ଧାରା ୨୯୪ ଓ ଆଇଟି ଆକ୍ଟର ଧାରା ୬୭ରେ ମିଲିନ୍ଦଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ନଭେମ୍ବର ୪ ତାରିଖରେ ନିଜର ୫୫ତମ ଜନ୍ମଦିନ ଅବସରରେ ମିଲିନ୍ଦ ଗୋଆ ବିଚ୍‌ରେ ଉଲଗ୍ନ ହୋଇ ୧୨ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ିଥିଲେ। ଏହି ସମୟରେ ତାଙ୍କ ପତ୍ନୀ ଅଙ୍କିତା କନୱର ଫଟୋ ଉଠାଇଥିଲେ। ସୋଶାଲ୍ ମିଡିଆରେ ଫଟୋ ପୋଷ୍ଟ କରି ମିଲିନ୍ଦ ଲେଖିଥିଲେ- ମୋତେ ଜନ୍ମଦିନର ଶୁଭେଚ୍ଛା। ୫୫ ଓ ରନିଂ।

ଏହା ପୂର୍ବରୁ ଅଭିନେତ୍ରୀ ପୁନମ ପାଣ୍ଡେ ଅଶ୍ଳୀଳ ଭିଡିଓ ସୁଟିଂ ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଗୋଆ ସରକାରଙ୍କ ବେଳାଭୂମିରେ ପୁନମ ପାଣ୍ଡେ ଏକ ପର୍ଣ୍ଣ ଫଟୋସୁଟରେ ଅଂଶଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ତାଙ୍କୁ ଗୁରୁବାର ରାତିରେ ଜାମିନ ମିଳି ଯାଇଥିଲା

Comments are closed.