Odisha Link
Bridging the Missing Links in Odisha

ଏସିବିର ଐତିହାସିକ ନିଷ୍ପତ୍ତି, ଗଠନ କରିବ ମହିଳା କ୍ରିକେଟ ଟିମ୍‌

କାବୁଲ: ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଐତିହାସିକ ନିଷ୍ପତ୍ତି। ଏଣିକି ବିଶ୍ବ ମହିଳା କ୍ରିକେଟରେ ଯୋଡ଼ି ହେବ ଆଉ ଏକ ଦଳ। ଆଫଗାନିସ୍ତାନ କ୍ରକେଟ ବୋର୍ଡ ମହିଳା କ୍ରିକେଟ୍‌ ଟିମ୍‌ ଗଠନ କରିବା ପାଇଁ ଘୋଷଣା କରିଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ୨୫ ମହିଳାଙ୍କୁ କ୍ରିକେଟରଙ୍କୁ କଣ୍ଟ୍ରାକ୍ଟ ଖୁବଶୀଘ୍ର ଦିଆଯିବ। ଏନେଇ ଏସିବିର ମିଡିଆ ମ୍ୟାନେଜର ହିକମତ ହୁସେନ୍‌ କ୍ରିକବଜକୁ ପ୍ରତିକ୍ରିୟା ଦେଇଥିଲେ।

ଅକ୍ଟୋବର ୧୭ ତାରିଖରେ ମହିଳା କ୍ରିକେଟରଙ୍କୁ ନେଇ ଏକ ଟ୍ରେନିଙ୍ଗ୍‌ କ୍ୟାମ୍ପ୍‌ ଆୟୋଜନ କରିଥିଲା ଏସିବି। ଏହି ଟ୍ରେନିଙ୍ଗ୍‌ କ୍ୟାମ୍ପରେ ୪୦ ଜଣ ମହିଳା କ୍ରିକେଟର ଭାଗ ନେଇଥିଲେ। ଏହି ଟ୍ରେନିଙ୍ଗ୍‌ କ୍ୟାମ୍ପରେ ସମସ୍ତ ଖେଳାଳିଙ୍କୁ ବ୍ୟାଟିଙ୍ଗ୍, ବୋଲିଂ, ଫିଲିଡିଙ୍ଗ୍‌ ଓ ଫିଜିକାଲ ଫିଟନେସ୍‌ ଟ୍ରେନିଙ୍ଗ୍‌ ଦିଆ ଯାଇଥିଲା।

ଏସିବି ଦ୍ବାରା ଆୟୋଜିତ ଏହି ଟ୍ରେନିଙ୍ଗ୍‌ କ୍ୟମ୍ପ୍‌ ଶେଷ ହେଲେ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ୪୦ ରୁ ୨୫ ଜଣ ମହିଳାଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପ୍ରଦାନ କରାଯିବ। ଯେଉଁ ମାନେ ଦେଶ ପାଇଁ ପ୍ରତିନିଧିତ୍ବ କରି ପାରିବେ। ଏସିବି ପକ୍ଷରୁ କୁହାଯାଇଛି ଯେ, ମହିଳା କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆଗାମୀ ଦିନରେ ଆହୁରି ଟ୍ରେନିଙ୍ଗ୍‌ କ୍ୟାମ୍ପ ଆୟୋଜନ କରିବୁ। ଖେଳାଳିଙ୍କ ପ୍ରଦର୍ଶନକୁ ଆଧାର କରି ତାଙ୍କୁ ଜାତୀୟ ଦଳରେ ସ୍ଥାନ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ସୂଚନାଥାଉକି, ଏହାପୂର୍ବରୁ ଆଇସିସି ମହିଳା ବିଶ୍ବ କ୍ରିକେଟରେ ୧୦ଟି ଟିମ୍‌ ଅଛନ୍ତି।

Comments are closed.