Odisha Link
Bridging the Missing Links in Odisha

ଆମେରିକା ନିର୍ବାଚନ: ଜୋ ବାଇଡେନ୍‌ ପରବର୍ତ୍ତୀ ରାଷ୍ଟ୍ରପତି

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଠାରୁ ଢେର ଅଧିକ ଭୋଟ ପାଇଛନ୍ତି ଜୋ ବାଇଡେନ୍। ସେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଛି।

ଆମେରିକାରେ ମୋଟ ୫୩୮ ଇଲେକ୍ଟୋରାଲ କଲେଜ (ଭୋଟ୍) ଥିବା ବେଳେ ଏଥିରୁ ୨୭୦ରେ ବିଜୟୀ ହେଲେ ଜଣେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ। ୪ ଦିନ ହେବ ଗଣତି ଜାରି ରହିଥିବା ବେଳେ ଏଯାବତ୍‌ ୫୩୮ କଲେଜରୁ ୪୯୮ରେ ଫଳାପଳ ଘୋଷିତ ହୋଇସାରିଛି। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୧୪ ଭୋଟ ପାଇ ବିଜୟୀ ଲକ୍ଷ୍ୟ ଠାରୁ ବହୁ ପଛରେ ଥିବା ବେଳେ ଜୋ ବାଇଡେନ୍‌ ୨୮୪ ଭୋଟ୍‌ ପାଇଛନ୍ତି।

ଆମେରିକାରେ ଜଣେ ରାଷ୍ଟ୍ରପତି ପ୍ରାୟ ୨ ଥର ବିଜୟୀ ହେବାର ପରମ୍ପରା ରହି ଆସିଥିବା ବେଳେ ଅତୀତରେ କ୍ବଚିତ୍‌ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଟ୍ରମ୍ପ୍‌ଙ୍କୁ ମଧ୍ୟ ଏହି ବିରଳ ପରମ୍ପରାର ଅନ୍ୟତମ ଉଦାହରଣ ହେବାକୁ ଯାଉଛନ୍ତି।

ଜୋ ବାଇଡେନ୍‌ ଆମେରିକାର ୬୪ତମ ରାଷ୍ଟ୍ରପତି ଭାବେ ଅଭିଷିକ୍ତ ହେବାକୁ ଯାଉଥିବା ବେଳେ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।

Comments are closed.