Odisha Link
Bridging the Missing Links in Odisha

ଓଲଟିଲା ଯାତ୍ରୀବାହୀ ବସ୍, ୧୧ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ତ୍ରିଶୁଳପୁର ଛକ ନିକଟରେ ଭାରସାମ୍ୟ ହାରାଇ ବସ ଓଲଟି ପଡ଼ିଛି। ଫଳରେ ଦୁର୍ଘଟଣାରେ ୧୧ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଦୁର୍ଘଟଣାରେ ସୌଭାଗ୍ୟ ବଶତଃ ବସଟି ଓଲଟି ପଡ଼ିବା ସତ୍ତ୍ବେ ପୋଲ ବାଡ଼ରେ ଲାଗି ଯିବାରୁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଦୁର୍ଘଟଣାରେ ଆହତ ବ୍ୟକ୍ତି ମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି। ବସଟି ଭଦ୍ରକରୁ ବାଲେଶ୍ବର ଅଭିମୁଖେ ଯାଉଥିବା ଜଣାପଡ଼ିଛି। ବସର ନାଁ ରହିଛି ସାନୁ ଏବଂ ମାନୁ ।

Comments are closed.