Odisha Link
Bridging the Missing Links in Odisha

ଆକ୍ସନ ଅବତାରରେ ନଜର ଆସୁଛନ୍ତି ଟାଇଗର

ମୁମ୍ବାଇ: କରୋନା କାରଣରୁ ସମସ୍ତ ସିନେମା ନିର୍ମାଣ ବନ୍ଦ ହୋଇଯାଇଥିଲା। ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍‍ ଖୁବ ଶୀଘ୍ର ଏକ ନୂଆ ସିନେମା ନେଇ ଆସୁଛନ୍ତି।

ସିନେମାର ନାଁ ରହିଛି ‘ଗଣପତ’। ଏହାର ନିର୍ଦ୍ଦେଶନା ଭାର ନେଇଛନ୍ତି ବିକାଶ ବହଲ ଓ ପ୍ରଯୋଜନା ଦାୟିତ୍ୱରେ ରହିବେ ବାସୁ ଭଗନାନୀ। ସିନେମା ଗଣପତର ମୋଶନ୍‍ ପୋଷ୍ଟର ଗୁରୁବାର ରିଲିଜ୍‍ ହୋଇଛି।

ଟାଇଗର୍‍ ନିଜେ ସାମାଜିକ ଗଣମାଧ୍ୟମରେ ଏହାକୁ ଶେୟାର କରିଛନ୍ତି। ପୋଷ୍ଟରରେ ଟାଇଗର୍‍ଙ୍କ ଆକ୍ସନ୍‍ ଅବତାର ଦେଖିବାକୁ ମିଳିଛି।

ହେଲେ ଏହି ସିନେମାର ନାୟିକା କିଏ ହେବେ ସେ ନେଇ କୌଣସି ସୂଚନା ମିଳିନାହିଁ। ଏହା ୨୦୨୨ରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।

Comments are closed.