Odisha Link
Bridging the Missing Links in Odisha

୮୦ ଲିଟର ଦେଶୀ ମଦ ଜବତ କଲା ଅବକାରୀ ବିଭାଗ

ରାଇରଙ୍ଗପୁର: ବ୍ୟାପକ ପରିମାଣରେ ମଦରନ୍ଧା ସରଞ୍ଜାମ, ଦେଶୀ ମଦ ଜବତ କଲା ଅବକାରୀ ବିଭାଗ । ତା ସହ ମୋଟ୍ ୨୬୦୦ କିଲୋଗ୍ରାମ ମହୁଲ ପଚ ମଧ୍ୟ ନଷ୍ଟ କରାଯାଇଛି।

ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ପିଠାକୁଟୁଣି ଓ ରାଖାସାହି ଗ୍ରାମରୁ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ଚଢ଼ାଉରେ ବ୍ୟାପକ ପରିମାଣର ମଦରନ୍ଧା ସରଞ୍ଜାମ ଜବତ କରିବା ସହ ୮୦ ଲିଟର ଦେଶୀ ମଦ ଜବତ କରାଯାଇଛି ।

ଅବକାରୀ ବିଭାଗର ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂ ସଦଳ ବେଳେ ଚଢ଼ାଉ କରିଥିବା ଜଣାପଡିଛି।

Comments are closed.