Odisha Link
Bridging the Missing Links in Odisha

ନିଜ ସହ ନିଜେ ବିବାହ କଲେ ବ୍ରାଜିଲ୍ ଯୁବକ

ବ୍ରାସିଲିଆ: ବିବାହ ଗୋଟେ ପବିତ୍ର ବନ୍ଧନ। ଗୋଟେ ଝିଅ ପୁଅକୁ କିମ୍ବା ଗୋଟେ ପୁଅ ,ଝିଅକୁ ବିବାହ କରିଥାଏ। କିନ୍ତୁ ବ୍ରାଜିଲ୍‌ରେ ଜଣେ ଯୁବକ ନିଜ ପ୍ରେମିକା ସହ ବ୍ରେକ ପରେ ନିଜ ସହ ବିବାହ କରି ନେଇଛନ୍ତି। ଏହି ସାଧାରଣତଃ ଶୁଣିଲେ ଅଜବ ଲାଗୁଥିବା।

ଏହି ଘଟଣାଟି ବ୍ରାଜିଲ୍‌ରେ ଘଟିଛି। ଡାକ୍ତର ଡିଗୋ ରାବେଲୋ ଓ ଭିଟୋର ବୁଏନୋ ଗତବର୍ଷ ନଭେମ୍ବରରେ ଏନ୍‌ଗେଜ୍‌ମେଣ୍ଟ୍‌ କରିଥିଲେ। ଗତମାସରେ ସେମାନଙ୍କର ବିବାହ ସ୍ଥିର ହୋଇଥିଲା।

ଗ୍ରୀଷ୍ମ ଋତୁକୁ ନେଇ ଡିଗୋ ଓ ଭିଟୋରଙ୍କ ମଧ୍ୟ ଯୁକ୍ତିତର୍କ ହୋଇଥିଲା। ଲଗାତର ଯୁକ୍ତିତର୍କ ପରେ ଜୁଲାଇରେ ଡିଗୋଙ୍କ ସହ ସମ୍ପର୍କ ଚ୍ଛିନ୍ନ କରିବା ପାଇଁ ଭିଟୋର ନିଷ୍ପତ୍ତି ନେଇଥିଲେ।

ହେଲେ ବିବାହ ପାଇଁ ଯାହା ସବୁ ଯୋଜନା ହୋଇଥିଲା, ସେସବୁ ଯଥାରୀତିରେ କରିବା ପାଇଁ ଡିଗୋ ନିଷ୍ପତ୍ତି ନେଇଥିଲେ। ଶେଷରେ ୩୩ ବର୍ଷୀୟ ଯୁବକ ଡିଗୋ ନିଜ ସହ ନିଜେ ବିବାହ କରିଥିଲେ ବୋଲି ସୂଚନା ମିଳିଛି। କରୋନା ଯୋଗୁ ଏହି ପାର୍ଟିରେ କେବଳ ୪୦ ଜଣ ଲୋକ ସାମିଲ ହୋଇଥିଲେ।

Comments are closed.