Odisha Link
Bridging the Missing Links in Odisha

ରାଞ୍ଚିରେ ନିଜର ପୁରୁଣା ବାଇକ୍ ଚଲାଉଥିବାର ନଜର ଆସିଲେ ଧୋନି

ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ରାଞ୍ଚି ରାସ୍ତାରେ ବାଇକ୍ ଚଲାଉଥିବାର ଦେଖିବାକୁ ମିଳିଛି। ସେ ନିଜର ସବୁଠାରୁ ପୁରଣା ବାଇକ୍ ୟାମାହାରେ ବୁଲୁଥିବାର ଦେଖିବାକୁ ମିଳିଛି ।

ଧୋନି ବାଇକ ଚଲାଇବାକୁ ଅତ୍ୟନ୍ତ ପସନ୍ଦ କରି ଥାନ୍ତି । ତାଙ୍କ ପାଖରେ ଏକାଧିକ ମହଙ୍ଗା ବାଇକ୍ କଲେକ୍ସନ୍ ଅଛି। ଅଧିକାଂଶ ସମୟରେ ତାଙ୍କୁ ରାଞ୍ଚିର ସଡ଼କରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳେ।

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଧୋନି ସୋମବାର ପ୍ରଥମଥର ରାଞ୍ଚି ରାସ୍ତାକୁ ବାହାରିଥିଲେ। ସେ ରିଙ୍ଗ୍ ରୋଡ୍ ସ୍ଥିତ ସିମଲିଆସ୍ଥିତ ନିଜ ଘରୁ ଅନ୍ୟ କୌଣସି ସ୍ଥାନକୁ ଯାଉଥିଲେ।

Comments are closed.