ବ୍ୟାନ୍ ପରେ ଭାରତକୁ ଖୁବଶୀଘ୍ର ଫେରିବ ପବ୍ଜି, ୟୁଜରଙ୍କ ପାଇଁ ରହିଛି ଖାସ୍ ଫିଚର

ନୂଆଦିଲ୍ଲୀ: PUBG ୟୁଜରଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ନୂଆ ରୂପରେ ଭାରତ ଫେରିବାକୁ ଯାଉଛି ଲୋକପ୍ରିୟ ଗେମିଂ ଆପ୍ PUBG। ସାଉଥ୍ କୋରିଆ କମ୍ପାନୀ ପବଜୀ କର୍ପୋରେସନ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତକୁ ପବଜୀ ମୋବାଇଲ୍ ଗେମ୍ ଫେରିବା ନେଇ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର ସହ ଗେମ୍ ଲଞ୍ଚ ହେବାକୁ ଥିବା ବେଳେ ଏଥର କୌଣସି ଚୀନ ଆପ୍ ପାର୍ଟନର ନଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
ପବଜୀ କର୍ପୋରେସନ୍ ଅନୁସାରେ ଭାରତରେ ପବଜୀ ମୋବାଇଲ ଇଣ୍ଡିଆ ଲଞ୍ଚ ହେବ। ଏଥିରେ ବିଶେଷ ଭାବେ ୟୁଜରଙ୍କ ଡାଟା ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ। ଏହା ସହ ଭାରତରେ ବଡ଼ ନିବେଶ କରିବାକୁ କମ୍ପାନୀ ଯୋଜନା କରୁଥିବା ଜଣାପଡ଼ିଛି।
ପ୍ରାଥମିକ ଭାବେ ମିଳିଥିବା ସୂଚନା ଅନୁସାରେ ଭାରତୀୟ ୟୁଜରଙ୍କ ପାଇଁ ବିଶେଷ ଫିଚର ଦିଆଯିବ। ତେବେ ଏହାର ଲୋକପ୍ରିୟତାକୁ କାଏମ ରଖିବା ପାଇଁ ଭାରତରେ ଗୋଟିଏ ପାର୍ଟନର କମ୍ପାନୀ ରଖିବ କ୍ରାଫ୍ଟନ।
ତେବେ କ୍ରାଫ୍ଟନ ଭାରତରେ ୧୦୦ ମିଲିୟନ୍ ଡଲାର ନିବେଶ କରିବ। ସାଉଥ୍ କୋରିଆ କମ୍ପାନୀ ଦ୍ବାରା ଭାରତରେ ଏହା ସବୁଠୁ ବଡ଼ ନିବେଶ ବୋଲି କମ୍ପାନୀ ଦାବି କରିଛି। ସୂଚନାଥାଉକି, ଭାରତରେ ପବଜୀ କମ୍ପାନୀ ପକ୍ଷରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟାଳୟ ଖୋଲିବାକୁ ଥିବା ବେଳେ କମ୍ପାନୀ ପ୍ରଥମେ ୧୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ ବୋଲି ଜଣାପଡ଼ିଛି।