କରୋନା: କଟକରେ ୪୬.୩୯ ପ୍ରତିଶତ ଆଣ୍ଟିବଡ଼ି
ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ କମିଛି କରୋନା ସଂକ୍ରମଣ ସଂଖ୍ୟା। ଆଜି କଟକରେ ହୋଇଥିବା ସେରୋ ସର୍ଭେର ରିପୋର୍ଟ ସାମ୍ନାକୁ ଆସିଛି । ସିଏମସି କମିଶନର ଅନନ୍ୟା ଦାସ ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କଟକରେ ୪୬.୩୯% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି।
୨ରୁ ୫ ନଭେମ୍ବର ଯାଏଁ କଟକରେ ସେରୋ ସର୍ଭେ ହୋଇଥିଲା। ସର୍ଭେ ପାଇଁ ୨,୨୭୪ ନମୁନା ସଂଗ୍ରହ କରାଯାଇଥିଲା। ଏପରି କି ୨୫ଟି ୱାର୍ଡରୁ ୧୬୩୪ ଓ ୬୪୦ ନମୁନା ହାଇରିସ୍କ ଗ୍ରୁପରୁ ସଂଗ୍ରହ କରାଯାଇଥିଲା। ଆରଏମଆରସିର ୫ଟି ଟିମ୍ ଆସି ସେରୋ ସର୍ଭେ କରିଥିଲେ।
ସେପଟେ ସିଏମସିକୁ ନେଇ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି ଯେ, ସେରୋ ସର୍ଭେ ୨ ପ୍ରକାର କରାଯାଇଥିଲା। ଗୋଟିଏ ହେଉଛି କମ୍ୟୁନିଟି ସେରୋ ସର୍ଭେ ଏବଂ ଅନ୍ୟଟି ହେଉଛି ହାଇରିସ୍କ ଗ୍ରୁପର ସର୍ଭେ। କମ୍ୟୁନିଟି -୪୧.୮% ଓ ହାଇରିସ୍କ ଗ୍ରୁପରେ ୫୬.୬% ଆଣ୍ଟିବଡି ସୃଷ୍ଟି ହୋଇଛି।
Comments are closed.