Odisha Link
Bridging the Missing Links in Odisha

ଦରଜୀଙ୍କ ରାସଲୀଳା: ବିବାହିତ ମହିଳାଙ୍କୁ ପ୍ରେମ ଜାଲରେ ଫସାଇଲେ, ପରେ ଅନ୍ତରଙ୍ଗ…

ଅନୁଗୁଳ: ପ୍ରଥମେ ପ୍ରେମ। ପରେ ଯୌନ ସମ୍ପର୍କ ଓ ପରିଶେଷରେ ବ୍ଲାକ୍‌ମେଲିଂ। ଏପରି ଏକ ଖବର ଆସିଛି ଅନୁଗୁଳ ଜିଲ୍ଲାରୁ। ଜଣେ ବ୍ୟକ୍ତି ଜଣେ ବିବାହିତ ମହିଳାଙ୍କୁ ପ୍ରେମ ଜାଲରେ ଫସାଇଲା। କେବଳ ସେତିକି ନୁହେଁ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଲା। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତକୁ ସବୁ ମୋବାଇଲ୍‌ରେ କଏଦ୍‌ କରି ରଖିଲା ଦୁର୍ବୃତ୍ତ। କେବଳ ସେତିକି ନୁହେଁ ମନୋମାଳିନ୍ୟ ହେବା ପରେ ମୋବାଇଲ୍‌ରେ ରେକର୍ଡ଼ିଂ ହୋଇଥିବା ଅଶ୍ଳୀଳ ଭିଡିଓକୁ ମହିଳାଙ୍କ ସ୍ୱାମୀଙ୍କ ପାଖକୁ ପଠାଇଦେଲା। ଅନୁଗୁଳ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅଶ୍ଳୀଳ ଭିଡିଓରେ ପତ୍ନୀଙ୍କ କାରନାମା ଦେଖିବା ପରେ ମହିଳାଙ୍କ ସ୍ୱାମୀ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା ପରେ ପୁଲିସ୍‌ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ମଳିଥିବା ସୂଚନା ମୁତାବକ, ଅନୁଗୁଳ ଥାନା ଅଞ୍ଚଳର ଏହି ବିବାହିତ ମହିଳାଙ୍କ ସ୍ୱାମୀ ଜଣେ ପାଣି ପାଇପ୍‌ ମିସ୍ତ୍ରୀ। ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହି ପାଇପ୍‌ କାମ କରନ୍ତି। ଅଧିକାଂଶ ଦିନ ସ୍ୱାମୀ ରହୁନଥିବା ବେଳେ ମହିଳାଙ୍କ ସ୍ଥାନୀୟ ଅଞ୍ଚଳର ଜଣେ ଦରଜୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଧିରେ ଧିରେ ସମ୍ପର୍କ ଗଭୀର ହେବା ପରେ ଉଭୟ ଶାରୀରିକ ସମ୍ପର୍କ ରଖିଥିଲେ। ଏମିତିକି ଦରଜୀ ନିଜ ମୋବାଇଲ୍‌ରେ ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ ମୋବାଇଲ୍‌ରେ ସୁଟ୍‌ କରିଥିଲେ।

ପରେ ବହୁବାର ସମ୍ପର୍କ ରଖିବା ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ମହିଳା ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ମହିଳା ଜଣକ ଦୂରେଇ ଯାଉଥିବା ଦେଖି ବ୍ଲାକମେଲିଂ ଆରମ୍ଭ କରିଥିଲେ ଦରଜୀ। ଉଭୟଙ୍କ ଅଶ୍ଳୀଳ ଭିଡିଓକୁ ମହିଳାଙ୍କ ସ୍ୱାମୀଙ୍କ ପାଖକୁ ପଠାଇ ଦେଇଥିଲେ। ପତ୍ନୀଙ୍କ ଏଭଳି ଚୋରା ପୀରତି ଦେଖି ସେ କାମ ଛାଡ଼ି ଘରକୁ ଫେରିଥିଲେ। ମହିଳାଙ୍କୁ ଘରେ ତାଗିଦ୍‌ କରିବା ସହ ଏନେଇ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଏତଲା କ୍ରମେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି।

Comments are closed.