Odisha Link
Bridging the Missing Links in Odisha

ଅଭିନେତା ଆସିଫ୍ ବାସ୍ରା କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ପରଲୋକରେ ବଲିଉଡ ଓ ଟେଲିଭିଜନ ଜଗତର ଆଉ ଜଣେ ଚର୍ଚ୍ଚିତ ଚେହେରା। ବଲିଉଡର ଦିବଙ୍ଗନ୍ତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦୁଃଖ ଲୋକଙ୍କ ମନରେ ଏବେ ବି ତାଜା ରହିଥିବାବେଳେ ଏବେ ଆଉଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି। ଗୁରୁବାର ହିମାଚଳ ପ୍ରଦେଶର କାଙ୍ଗଡା ଜିଳ୍ଲାର ଧର୍ମଶାଳାରେ ବସରା ଜୋଗିବାଡା ରୋଡରେ ଥିବା ଏକ କାଫେ ନିକଟରେ ଆତ୍ମହତ୍ୟା କରିଛନ୍ତି। ଅଭିନେତା କାହିଁକି ଆତ୍ମହତ୍ୟା କଲେ ତାହା ଏବେ ସ୍ପଷ୍ଟ ହୋଇ ପାରିନାହିଁ। କାଙ୍ଗଡାର ଏସପି ବିମୁକ୍ତ ରଞ୍ଜନ ଆସିଫ୍‌ଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି।

ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ପୋଲିସ ମୃତଦେହକୁ ଜବତ କରିଚି ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ଯେ, ଅଭିନେତା ଆସିଫ୍ ବସରା ଗତ ୫ ବର୍ଷ ହେବ ମ୍ୟାକଲୋଡଗଞ୍ଜରେ ଏକ ଭଡା ଘରେ ରହୁଥିଲେ। ତାଙ୍କ ସହିତ ଜଣେ ବିଦେଶୀ ମହିଳା ବନ୍ଧୁ ରହୁଥିଲେ। ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବିକ, ଆସିଫ୍ ବସରା ଇଂଲଣ୍ଡର ଜଣେ ମହିଳାଙ୍କ ସହ ଲିଭ ଇନରେ ସେଠାରେ ରହୁଥିଲେ। ଗୁରୁବାର ମଧ୍ୟାହ୍ନରେ ସେ ନିଜର ପୋଷା କୁକୁରକୁ ବୁଲାଇବାକୁ ବାହାରିଥିଲେ। ଏହାପରେ ଘରକୁ ଯାଇ ସେ ପୋଷା କୁକୁରର ବେଲ୍ଟରେ ନିଜେ ଆତ୍ମହତ୍ୟା କରିଦେଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ସେ ଗତ କିଛି ଦିନ ଧରି ଡିପ୍ରେସନରେ ଥିଲେ।

ସେ ସିନେମାର ମଧ୍ୟ ଜଣେ ଜଣାଶୁଣା ଚେହେରା ଥିଲେ। ୧୯୯୮ରେ ତାଙ୍କୁ ଫିଲ୍ମ ‘ୱୋ’ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ପରେ ଆସିଫ ବହୁ ବଲିଉଡ ଫିଲ୍ମରେ କାମ କରିଛନ୍ତି। ଯେପରିକି- ପରଜାନିୟା, ବ୍ଲାକ ଫ୍ରାଇଡେ, ଓ୍ବାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ, କ୍ରିସ-୩, ଏକ୍ ଭିଲେନ୍, ମଞ୍ଜୁନାଥ, ଜବ୍ ଉଇ ମିଟ୍ଭ, ପାତାଳ ଲୋକ ଭଳି ଫିଲ୍ମରେ କାମ କରିଛନ୍ତି। ଏହାଛଡା ବହୁ ଟିଭି ସିରିଏଲରେ ସେ କାମ କରିଛନ୍ତି।

Comments are closed.