ଏନଏଚଆରସି ଗଲେ ସମ୍ବିତ ପାତ୍ର

ଭୁବନେଶ୍ବର: ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା ଏନଏଚଆରସି ଯାଇଛି। ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ମଣିପୁର ପ୍ରଭାରୀ ସମ୍ବିତ ପାତ୍ର। ହାଜତ ମୃତ୍ୟୁ ପରେ ପୁଲିସ ଅମାନବୀୟ ଭାବେ ସଂସ୍କାର କରିଦେଲା ବାପା, ମାଙ୍କୁ ଉଠାଇ ନେଲା ପୋଲିସ କେଉଁଠି ରଖିଛି ଜଣାନାହିଁ।
ଆମ ଅପିଲକୁ ଏନଏଚଆରସି ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ମୃତକଙ୍କ ବାପା, ମାଙ୍କ ସାମ୍ବିଧାନିକ ଅଧିକାର କ୍ଷୂ୍ଣ୍ଣ ହୋଇଛି। ସପୃକ୍ତ ପୁଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ କରିଛୁ।