Odisha Link
Bridging the Missing Links in Odisha

ମରିଗଲା ମାନବୀକତା, ଡାକ୍ତରଖାନା ବାରଣ୍ଡା ଓ ଅଟୋରେ ଜନ୍ମ ହେଲେ ଶିଶୁ

ବରଗଡ଼: ବରଗଡ଼ ଜିଲ୍ଲାର ସଦର ମହକୁମାର ସ୍ୱାସ୍ଥ୍ୟକେନ୍ଦ୍ରର ୨ଟି ଜାଗାରେ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଖାନା ବାରଣ୍ଡା ଓ ଅଟୋରେ ଜନ୍ମ ହୋଇଛନ୍ତି ଶିଶୁ । ଆଜି ଭୋରରୁ ଏଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି, ଯେଉଁଠି ସ୍ୱାସ୍ଥ୍ୟ ସେବାର ଅସୁସ୍ଥତା ବାରି ହୋଇପଡ଼ିଛି ।

ସୂଚନା ଅନୁସାରେ, ବରଗଡ ତୋରା ଗାଁର ନେତ୍ରାନନ୍ଦ ମହାପାତ୍ର ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ପ୍ରଥମେ କୋଭିଡ ଟେଷ୍ଟ କରିବାକୁ କହିଥିବା ବେଳେ ସେଠାରେ କେହି ଉପସ୍ଥିତ ନଥିଲେ ।

ପ୍ରସୂତୀ କକ୍ଷ ମଧ୍ୟ ବନ୍ଦ ରହିଥିଲା । ଅଭିଯୋଗ କରିବା ପରେ କେହି ଶୁଣିନଥିଲେ । ଅନେକ ସମୟ ଧରି ହସ୍ପିଟାଲ ପରିସରରେ ଛଟପଟ ହେବା ପରେ ମହିଳା ଜଣକ ଅଟୋରେ ଏକ ସନ୍ତାନ ଜନ୍ମ କରିଥିଲେ ।

Comments are closed.