Odisha Link
Bridging the Missing Links in Odisha

ବ୍ରିଟେନରୁ ଉଦ୍ଧାର ପ୍ରଭୁ ଶ୍ରୀ ରାମ, ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତୀ ତାମିଲନାଡ଼ୁକୁ ଫେରାଇଲେ କେନ୍ଦ୍ର ସରକାର, ୧୯୭୮ରେ ହୋଇଥିଲା ଚୋରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭଗବାନ ରାମ, ଲକ୍ଷ୍ମଣ ଓ ସୀତା ମାତାଙ୍କ ବ୍ରୋଞ୍ଜର ମୂର୍ତ୍ତି ତାମିଲନାଡୁ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏଠାରେ ଭାରତୀୟ ପ୍ରତ୍ନତତ୍ତ୍ବବିତ୍ ବିଭାଗ(ଏଏସଆଇ) ମୁଖ୍ୟାଳୟରେ ଏକ ସମାରୋହ ବେଳେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ୍ ପଟେଲ ୧୯୭୮ରେ ହୋଇଥିବା ଚୋରି ମୂର୍ତ୍ତିକୁ ତାମିଲନାଡୁ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହି ମୂର୍ତ୍ତି ବ୍ରିଟେନରୁ ଉଦ୍ଧାର କରାଯାଇଥିଲା।

ଲଣ୍ଡନର ମେଟ୍ରୋପଲିଟାନ୍ ପୋଲିସ ୧୫ ସେପ୍ଟେମ୍ବରରେ ମୂର୍ତ୍ତି ଉଦ୍ଧାର କରିବା ପରେ ଭାରତୀୟ ହାଇକମିଶନରଙ୍କୁ ପ୍ରଦାନ କରିଥିଲେ। ପଟେଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭିଡିଓ ଲିଙ୍କ ଜରିଆରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ବୁଧବାର ପଟେଲ ଲଣ୍ଡନ ସ୍ଥିତ ଭାରତୀୟ ହାଇକମିଶନରଙ୍କୁ ଏନେଇ ଅଭିନନ୍ଦନ ଜଣାଇଛନ୍ତି ଓ ଲଣ୍ଡନ ମେଟ୍ରୋପଲିଟାନ୍ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।

ଗତ ବର୍ଷ ଅଗ​‌ଷ୍ଟରେ ଭାରତୀୟ ହାଇକମିଶନରଙ୍କୁ ଭାରତ ପ୍ରାଇଡ୍ ପ୍ରୋଜେକ୍ଟ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଭଗବାନ ରାମ, ମା’ ସୀତା, ଲକ୍ଷ୍ମଣ ଓ ହନୁମାନଙ୍କର ୪ଟି ପ୍ରାଚୀନ ମୂର୍ତ୍ତି ତାମିଲନାଡୁର ବିଜୟନଗର କାଲୀନ ମନ୍ଦିରରୁ ଚୋରି କରିବା ପରେ ବ୍ରିଟେନରେ ଚୋରା କାରବାର ଜରିଆରେ ଅଣାଯାଇଥିଲା।

ସୂଚନାଥାଉକି, ପ୍ରତିମା ଗୁଡ଼ିକର ବାସ୍ତବିକ ଇତିହାସ ଓ ମହତ୍ତ୍ବକୁ ଜାଣିବା ପରେ ଜଣେ ସଂଗ୍ରହକର୍ତ୍ତା ନିଜେ ମୂର୍ତ୍ତୀ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ମୂର୍ତ୍ତି ଗୁଡ଼ିକର ଚୋରି ୧୯୭୮ ମସିହାରେ ହୋଇଥିଲା। ଯାହାପରେ ତାମିଲନାଡ଼ୁ ପୁଲିସ୍‌ ଲଣ୍ଡନର ମେଟ୍ରୋପେଲିଟନ୍‌ ପୋଲିସ୍‌ ସହିତ ମିଳିତ ଭାବେ ଯାଞ୍ଚ ଆରମ୍ଭ କରିଥିଲେ।

ଜଣେ ସଂଗ୍ରହକର୍ତ୍ତା ମୂର୍ତ୍ତୀି ଗୁଡ଼ିକୁ କିଣିଥିଲେ। ମେଟ୍ରୋପେଲିଟନ୍‌ ପୋଲିସ୍‌ ଏହି ଘଟଣାର ସୂଚନା ଦେଇଥିଲେ। ୧୯୫୦ ମସିହାରେ ଅଙ୍କିତ ପ୍ରତିମୂର୍ତ୍ତିର ଚିତ୍ର ସହିତ ମେଳ ହେବା ପରେ ଜଣାପଡ଼ିଥିଲାଯେ, ବିଜୟନଗର କାଳ ସମୟର ଏହି ମୂର୍ତ୍ତୀ ଗୁଡ଼ିକ। ଯାହାକି ତାମିଲନାଡୁର ନାଗାପାଟ୍ଟିନମ୍‌ ଜିଲ୍ଲାର ଅନନ୍ତମଙ୍ଗଳମ୍‌ ସ୍ଥିତ ଶ୍ରୀ ରାଜାଗୋପାଲସ୍ବାମୀ ମନ୍ଦିରରୁ ଚୋରି ହୋଇଥିବା ପ୍ରତିମୂର୍ତ୍ତି।

Comments are closed.