Odisha Link
Bridging the Missing Links in Odisha

ଆଇନ ବାହାରକୁ ଯାଇ ସରକାର କିଛି କରୁନାହାନ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍କୁଲ ବନ୍ଦ ନେଇ ଗୃହରେ ଉତ୍ତର ରଖଛନ୍ତି । ମନ୍ତ୍ରୀ କହିଛନ୍ତି, ଉଦେଶ୍ୟ ମୂଳକ ଭାବେ ସରକାର କିଛି କରିନାହାନ୍ତି। ଆଇନ ବାହାରକୁ ଯାଇ କିଛି କରିନାହାନ୍ତି ସରକାର। ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଆମର ଲକ୍ଷ୍ୟ ।

ଗଣଶିକ୍ଷା ମନ୍ତ୍ରୀ ଦାସ କହିଛନ୍ତି, ଛୋଟ ଛୋଟ ବିଦ୍ୟାଳୟ ପାଇଁ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଛି। ଛୋଟ ଛୋଟ ସ୍କୁଲକୁ ଏକତ୍ର କରି ବୃହତ୍ତ ସ୍କୁଲ କଲେ ଶୈକ୍ଷିକ ବାତାବରଣ ବଢ଼ିବ।

ଏକତ୍ରିକରଣ ପାଇଁ ପ୍ରକ୍ରିୟା ଚାଲିଛି। ରାଜ୍ୟରେ ୬୦୪୮ଟି ସ୍କୁଲରେ ୨୦ରୁ କମ ପିଲା ଅଛନ୍ତି। ୭୭୭୨ ସ୍କୁଲ ବନ୍ଦ ପାଇଁ ପ୍ରକ୍ରିୟା ଚାଲିଛି। ୧୭୨୪ ସ୍କୁଲରେ କମ ପିଲା ଅଛନ୍ତି। ଆଦିବାସୀ ଅଂଚଳରେ ୨୫ରୁ କମ ପିଲା ଥିବା ନିଷ୍ପତ୍ତିକୁ ବଦଳାଇ ୧୫ କରାଯିବ।

Comments are closed.