Odisha Link
Bridging the Missing Links in Odisha

ପୁରୀ ଜିଲ୍ଲାର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ କନୱର ବିଶାଲ ସିଂ

ପୁରୀ: ଆଜି ପୁରୀ ଜିଲ୍ଲାର ନୂତନ ଏସପି ଭାବେ କନୱର ବିଶାଲ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଅଖିଳେଶ୍ୱର ସଂହଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜିଲ୍ଲାର ବହୁ ବରିଷ୍ଠ ପୁଲିସ ପଦାଧିକାରୀଙ୍କ ଉପସ୍ଥିତିରେ କନୱର ବିଶାଲ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସମ୍ବଲପୁର ଏସପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସ୍‌ପି ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ଅଖିଳେଶ୍ୱରଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।  ପୁରୀ ହାଜତ ମୃତ୍ୟୁ ମାମଲାକୁ ନେଇ ପୁଲିସର ଭୂମିକା ଉପରେ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲାର ଏସପି ଅଖିଳେଶ୍ୱରଙ୍କ ବଦଳି ହୋଇଛି ।

ସେପଟେ ପୁରୀ ହାଜତ ମୃତ୍ୟୁ ମାମଲା ହାଇକୋର୍ଟରେ ପହଞ୍ଚିଛି। ଏକ ଜନସ୍ବାର୍ଥ ମାମଲାରେ ଶୁଣାଣି କରି ସୋମବାର ସୁଦ୍ଧା ସମସ୍ତ ରେକର୍ଡ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ ।

ଏହି ମାମଲା ରାଜ୍ୟ ମାନବାଧିକାର କମିଶନକୁ ଯାଇଛି। ଏହି ମାମଲା ନେଇ ରାଜ୍ୟ ସରକାରଙ୍କୁ ବିଧାନସଭାରେ ଘେରିଥିଲେ ବିରୋଧୀ । ଏହି ମାମଲାରେ NHRC ଗାଇଡଲାଇନ୍ ଅନୁଯାୟୀ ଜଣେ ଡି.ଏସ୍.ପି. ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.