Odisha Link
Bridging the Missing Links in Odisha

ଭାରତୀ ଓ ତାଙ୍କ ସ୍ବାମୀଙ୍କ ଗିରଫଦାରୀ ପରେ ଭାଇରାଲ ହେଉଛି ଏହି ଟ୍ବିଟ୍, ୟୁଜର୍ସ କହିଲେ..

ମୁମ୍ବାଇ: କମେଡିଆନ୍ ଭାରତୀ ସିଂହଙ୍କ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ତାଙ୍କ ସ୍ୱାମୀ ତଥା ଟିଭି ଆଙ୍କର୍ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଛି। ହର୍ଷଙ୍କ ଘରୁ ୮୬.୫ ଗ୍ରାମର ଗଞ୍ଜେଇ ଜବତ ହେବା ପରେ ତାଙ୍କୁ ଗିରଫ କରାଯାଇଛି। ଶନିବାର ଭାରତୀ ଓ ହର୍ଷଙ୍କ ଘରେ ଏନସିବି ରେଡ୍ କରିଥିଲା, ଯେଉଁଠାରୁ ଗଞ୍ଜେଇ ଜବତ ହୋଇଥିଲା। କେବଳ ଏତିକି ନୁହେଁ, ଏନସିବି ଅଧିକାରୀଙ୍କ ସହ ପଚରାଉଚୁରା ବେଳେ ହର୍ଷ ଓ ଭାରତୀ ଡ୍ରଗ୍ସ ସେବନ କରିଥିବା ସ୍ୱୀକାର ମଧ୍ୟ କରିଛନ୍ତି।

ସ୍ବାମୀ-ସ୍ତ୍ରୀ ଗିରଫ ହେବା ପରେ ତା ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଛି। ତେବେ ଏହି ଖବର ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଭାରତୀଙ୍କର ଏକ ପୁରୁଣା ଟ୍ୱିଟ ମଧ୍ୟ ଜୋରଦାର ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟ୍ ୨୦୧୫ ମସିହାର, ଯେଉଁଥିରେ ଭାରତୀ ନିଶା ସେବନ ନକରିବାକୁ ଫ୍ୟାନ୍ସଙ୍କୁ ନିବେଦନ କରିଥିଲେ। ଏବେ ଭାରତୀଙ୍କ ଏହି ଟ୍ୱିଟ୍ ଭାଇରାଲ ହେବା ସହ ଭାରତୀଙ୍କୁ ଟ୍ରୋଲ କରିଛନ୍ତି ଫ୍ୟାନ୍ସ ମାନେ।

ସୂଚନାଥାଉକି, ଭାରତୀ ୨୦୧୫ ମସିରେ ଏକ ଟ୍ବିଟ୍‌ କରିଥିଲେ। ସେଥିରେ ସେ ଲେଖିଥିଲେ ଯେ, ଦୟାକରି ଡ୍ରଗ୍ସ ନେବା ବନ୍ଦ କର, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏବେ ଏହି ଟ୍ବିଟ୍‌ ଭାଇରାଲ ହେବା ସହ ୟୁଜର୍ସମାନେ ଭାରତୀଙ୍କୁ ଟ୍ରୋଲ କରୁଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି- ‘୫ ବର୍ଷ ପୂର୍ବେ ଭାରତୀ ସିଂ ଡ୍ରଗ୍ସ ବିଷୟରେ ଜ୍ଞାନ ଦେଉଥିଲେ।’

ଅପରପକ୍ଷେ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ ‘ଏହି ଟୁଇଟ୍ ପ୍ରମାଣ କରେ ଯେ ଭାରତୀ ସିଂ ପ୍ରକୃତରେ ଜଣେ କମେଡିଆନ୍‌। ମସ୍ତ ଜୋକ୍‌ କରୁଛନ୍ତି।’ ସେହପିରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ‘ଏହି ଟ୍ବିଟ୍‌ ଗଞ୍ଜେଇ ଟାଣି କରିଥିଲ କି ?

Comments are closed.