Odisha Link
Bridging the Missing Links in Odisha

ନାବାଳକ ଉପରେ ପୁଲିସର ଥାର୍ଡ ଡିଗ୍ରୀ

କେନ୍ଦୁଝର: ପୁଣି ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଜଣେ ନାବାଳକକୁ ପୁଲିସ ମାଡ ମାରି ଥିବା ଅଭିଯୋଗ ହୋଇଛି। ଏନେଇ ନାବାଳକ ନିଜ ମା ସହିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖକୁ ଆସି ଲିଖିତ ଅଭିଯୋଗ କରିିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ଅଭିଯୋଗ ପ‌ରେ ଏବେ ଏସଡିପିଓଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦୁଝର ଏସପି। ଏ ନେଇ କେନ୍ଦୁଝର ଏସପିଙ୍କ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଟୁଇଟରେ ଲେଖାଯାଇଛି ଯେ, ନାବାଳକଙ୍କୁ ପୁଲିସର ଥାର୍ଡଡିଗ୍ରି ଘଟଣାରେ ଏସଡିପିଓଙ୍କୁ ତଦନ୍ତ କରି ୨୪ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ମୁତାବକ, ଏକ ଚୋରି ମାମଲାରେ ପାଟଣା ଥାନା କାମେଶ୍ୱରପୁର ପାଟଣା ଗ୍ରାମର ଯଶୋବନ୍ତ ନାଏକ ଏବଂ ବୀଣା ନାଏକଙ୍କ ନାବାଳକ ପୁଅକୁ ଗତ ୨୧ ତାରିଖରେ ଥାନା ପକ୍ଷରୁ ଡକାଯାଇଥିଲା। ନିଜ ପରିବାର ସହିତ ସଂପୃକ୍ତ ନାବାଳକ ଥାନାକୁ ଆଣିବା ପରେ ଛଡାଯିବ ବୋଲି ଥାନା ପକ୍ଷରୁ କୁହାଯାଇଥିଲା, ମାତ୍ର ଅପରାହ୍ନ ୪ଟା ବେଳେ ଆସି ଦେଖିବା ବେଳକୁ ପୁଅକୁ ମାଡ ମାରି ଗୋଡକୁ କ୍ଷତାକ୍ତ କରି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ଥାନା ପକ୍ଷରୁ ମାଡ ମାରି ତାଙ୍କୁ ଛାଡି ଦିଆଯାଇଥିଲା। ମାତ୍ର ନାବାଳକ ଆଉ ଚାଲି ପାରି ନ ଥିଲେ। ଏହାପରେ ପରିବାର ପକ୍ଷରୁ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଇଥିଲେ।

Comments are closed.