Odisha Link
Bridging the Missing Links in Odisha

ଘୁଞ୍ଚିବ ଶିକ୍ଷା ବର୍ଷ: ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜ ଓ ସ୍କୁଲ ବନ୍ଦ ରହିଛି। କଲେଜ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାରେ ମାସେ ବିଳମ୍ବ ହୋଇପାରେ ବୋଲି ଉଚ୍ଚଶିକ୍ଷା ସଚିବ ଶଶ୍ୱତ ମିଶ୍ର କହିଛନ୍ତି।

ସେ କହିଛନ୍ତି ଯେ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଆଜି ନହେଲେ ଦିନେ ନା ଦିନେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ମାସେ ବିଳମ୍ବ ହୋଇପାରେ। ଏଥିପାଇଁ ଶିକ୍ଷା ବର୍ଷ ଘୁଞ୍ଚାଯିବ ବୋଲି ଉଚ୍ଚଶିକ୍ଷା ସଚିବ ଶଶ୍ୱତ ମିଶ୍ର କହିଛନ୍ତି।

ସଚିବ ଆହୁରି କହିଛନ୍ତି ଯେ, ଶିକ୍ଷା ବର୍ଷ ବାତିଲ କଥା ସାରା ଦେଶର ସରକାର ମିିଶି ବିଚାର କରିବା କଥା। ନହେଲେ ଆମ ଛାତ୍ରଛାତ୍ରୀ କ୍ଷତି ସହିବେ। ଏଥିସହ କଲେଜ ଓ ହଷ୍ଟେଲ ଖୋଲିବା ନେଇ ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

Comments are closed.