Odisha Link
Bridging the Missing Links in Odisha

କଟକରୁ ପୁଣି ନକଲି ଘିଅ କାରଖାନା ଠାବ

କଟକ: କଟକରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା। ଆଜି କଟକ ସଦର ଥାନା ଅନ୍ତର୍ଗତ ଗବଗସ୍ତରେ ନକଲି ଘିଅ କାରଖାନା ଠାବ କରିଛି ପୋଲିସ। ସଦର ପୋଲିସର ମିଳିତ ଚଢ଼ାଉରେ ନକଲି ଘିଅ କାରଖାନା ଠାବ ହୋଇଛି। ପୋଲିସ କାରଖାନାର ମାଲିକ ସହିତ ୨ ଜଣଙ୍କୁ ଅଟକ ରଖିଛି।

ନକଲି ଘିଅ କାରଖାନା ଠାବ କରାଯିବା ପରେ କାରଖାନାକୁ ସିଲ କରିଛି ପୋଲିସ। ସମ୍ପୃକ୍ତ କାରଖାନାର ମାଲଗୋଦାମରେ ତିଆରି କରାଯାଉଥିଲା ନକଲି ଘିଅ। ସେଠାରେ ମଧ୍ୟ ତଦନ୍ତ ଚଳାଇଥିଲା ପୋଲିସ। ମାଲଗୋଦାମରୁ ହିଁ ଗବଗସ୍ତରେ ନକଲି ଘିଅ କାରଖାନା ଚାଲୁଥିବା ଜଣା ପଡ଼ିଥିଲା।

କିଛି ଦିନ ତଳେ ଜଗତପୁରରେ ଏକ ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସ ଚଢାଉ କରିଥିଲା। ସେଠାରୁ ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ଘିଅ ଓ ସସ୍ ପୁଲିସ ଜବତ କରିଥିଲା। ନକଲି କାରଖାନା ଚାଲୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ୯ ନମ୍ବର ୱାର୍ଡର ଗାର୍ଲସ ହାଇସ୍କୁଲ ନିକଟ କାରଖାନା ଉପରେ ଚଢାଉ କରିଥିଲା।

Comments are closed.