Odisha Link
Bridging the Missing Links in Odisha

ରାଜ୍ୟରେ ଶୀତ ଲହରୀ

ଭୁବନେଶ୍ୱର: ବାତ୍ୟାା ‘ନିଭାର’ ପ୍ରକୋପରେ ରାଜ୍ୟରେରେ ପାଗ ମେଘୁଆ ରହିଛି। ପ୍ରାୟତଃ ସର୍ବୋଚ୍ଚ ତାପମାତ୍ରା ୨୫ରୁ ୨୮ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଛି। ଦିନବେଳା ଥଣ୍ଡା ପବନ ଯୋଗୁଁ ଭୀଷଣ ଶୀତ ମଧ୍ୟ ଅନୁଭୂତ ହେଉଛି।

ଗତକାଲି ଦିନରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟତଃ ୪-୫ ଡିଗ୍ରୀ କମ୍‌ ଥିଲା। ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଦିନରେ ତାପମାତ୍ରା ୨୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି। ବର୍ତ୍ତମାନ ଦୁଇଦିନ ରାତି ତାପମାତ୍ରା ସାମାନ୍ୟ ବଢ଼ିବ। ୨୮ରୁ ପୁଣି ରାତି ତାପମାତ୍ରା ୨-୩ ଡିଗ୍ରୀ ଖସିବ ବୋଲି ଅନୁମାନ କରାଯାଉଛି।

ଗୁରୁବାର ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରିର ଅନେକ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଜିଲ୍ଲାର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। କିନ୍ତୁ ଶୁକ୍ରବାର ବିଶେଷ ବର୍ଷା ସମ୍ଭାବନା ନାହିଁ। ତଥାପି ଗଜପତି ଓ ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥାନେ ସ୍ଥାନେ ସାମାନ୍ୟ ବର୍ଷା ହୋଇପାରେ।

Comments are closed.