Odisha Link
Bridging the Missing Links in Odisha

IIFL ଲୁଟ୍‌ ଘଟଣା, ବାହା ବେଦୀରୁ ବରକୁ ଟେକିନେଲା ପୁଲିସ୍‌

କଟକ: ବାହା ବେଦୀରୁ ବରକୁ ଟେକିନେଲା ପୁଲିସ୍‌। କଟକ ନୟାସଡ଼କସ୍ଥିତ IIFL ଫାଇନାନ୍ସ କମ୍ପାନୀରୁ ଲକ୍ଷାଧିକ ଟଙ୍କା ଓ ବିପୁଳ ପରିମାଣର ସୁନା ଲୁଟ୍ ଘଟଣାରେ ପୁଲିସ୍‌ କଟକ ବଜ୍ରକବାଟି ମାନାପୁରମ୍‌ ଗୋଲ୍ଡ ଲୋନ୍ ଶାଖାର ମ୍ୟାନେଜରଙ୍କୁ ଗିରଫ କରିଛି। ଗତ ରାତିରେ ବିବାହ ବେଦୀକୁ ଯାଉଥିବା ବେଳ ପୁଲିସ୍ ମ୍ୟାନେଜରଙ୍କୁ ଗିରଫ କରିଛି।

ନୟାସଡକ IIFLରୁ ଲୁଟ୍‌ ଘଟଣାରେ ପୋଲିସ ଚଢାଉ କରିଥିଲା। ଚଢାଉରେ କଟକ ବଜ୍ରକବାଟି ମାନାପୁରମ୍‌ ଗୋଲ୍ଡ ଲୋନ୍ ଶାଖାର ମ୍ୟାନେଜରଙ୍କ ଠାରୁ ବିପୁଳ ପରିମାଣର ଲୁଟ୍ ସୁନା ଜବତ ହୋଇଛି। ୧୦ କିଲୋରୁ ଉର୍ଦ୍ଧ୍ବ ସୁନା ଜବତ କରିଛି ପୋଲିସ। ହଡପ ସୁନା ମାନାପୁରମ୍‌ ଗୋଲ୍ଡରେ ଥିବା ପୋଲିସ ସୁରାକ୍ ପାଇଥିଲା।

ସୂଚନାଯୋଗ୍ୟ, କଟକ ନୟାସଡକ IIFL ଶାଖାରୁ ସୁନା ଲୁଟ୍ ଘଟଣାରେ ୭ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏଥିସହ ୩ କିଲୋ ସୁନା ଜବତ ହୋଇଥିଲା। IIFLରୁ ସୁନା ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟଙ୍କ ସହ ସହଯୋଗୀ ନୀଳିମା ଲେଙ୍କାଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। IIFLର ଆକାଉଣ୍ଟାଣ୍ଟ ନୀଳିମା। ନୀଳିମାଙ୍କୁ ମିଶାଇ ଏହି ଲୁଟ୍‌ ମାମଲାରେ ଏବେ ସୁଦ୍ଧା ୭ ଜଣ ଗିରଫ ହୋଇଥିଲେ।

Comments are closed.