Odisha Link
Bridging the Missing Links in Odisha

ଖାରଜ ହେଲା ପାଠକ ବାପ-ପୁଅଙ୍କ ଜାମିନ, ଗଲେ ୧୪ ଦିନିଆ ବିଚାର ବିଭାଗୀୟ ହାଜତ

ଭୁବନେଶ୍ୱର: ଜାମିନ ଖାରଜ ପରେ ଜେଲ ଗଲେ ପାଠକ ବାପ-ପୁଅ। ଆଜି କୋଭିଡ ପରୀକ୍ଷା ପରେପାଠକ ବାପ-ପୁଅଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହୋଇଥିଲେ ବାପ-ପୁଅ। ତେବେ ସେଠାରେ ପାଠକଙ୍କ ଓକିଲ ତାଙ୍କର ଜାମିନ ଆବେଦନ କରିଥିଲେ।

ମାତ୍ର କୋର୍ଟ ପାଠକ ବାପ-ପୁଅଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତି। ଜାମିନ ଆବେଦନକୁ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ। ଦୁଇଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଗରଫ କରିଛି। ଦୁଇ ଦିନ ଧରି ୧୩ଟି ସ୍ଥାନରେ ରେଡ୍ କରାଯାଇଥିଲା। ବାସଭବନ ଉପରେ ଚଢାଉ କରି ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ଜବତ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଭିଜିଲାନ୍ସର ଚଢାଉ ବେଳେ ଘରୁ  ପ୍ରାୟ ୬୦ଲକ୍ଷ ଟଙ୍କା କ୍ୟାସ, ୮୦୦ ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଥିଲା।

ସେପଟେ ପୁଅ ଆକାଶ ପାଠକ ନାମରେ ବି ଆର୍ଥିକ ଅନିୟମିତତା ସହ ଠକେଇ ଅଭିଯୋଗ ରହିଥିଲା। ଆକାଶ ପାଠକ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନର ଏମଡି ବୋଲି କହି ନିଯୁକ୍ତି କରାଇଦେବାକୁ ବହୁ ସଂଖ୍ୟାରେ ଯୁବକଙ୍କ ଠାରୁ ମୋଟା ରକମର ଟଙ୍କା ନେଉଥିଲେ। ଏକଥା ଟାଟା କଂପାନୀ ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି।

Comments are closed.