Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ବୃଦ୍ଧା ଆହତ

ପରଜଙ୍ଗ: ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆଘାତ ହୋଇଛନ୍ତି। ବୃଦ୍ଧା ଜଣକ ହେଲେ କନକ ବେହେରା। ଏହି ଦୁର୍ଘଟଣାଟି ପରଜଙ୍ଗ ଥାନା ଗେଙ୍ଗୁଟିଆ ଗ୍ରାମରେ ଘଟିଛି।

ସୂଚନା ଅନୁସାରେ କନକ ଆଜି ସକାଳୁ ନିଜ ଘର ଆଗରେ ବସିଥିଲେ। ସେହି ସମୟରେ ହଠାତ ଏକ ହାତୀ ପଲ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପରିବାର ଲୋକ ତୁରନ୍ତ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

Comments are closed.