Odisha Link
Bridging the Missing Links in Odisha

୫୨ ଏକର ଗଞ୍ଜେଇ ଗଛକୁ ନଷ୍ଟ କଲା ପୁଲିସ

ମୁନିଗୁଡା: ପୁଣିଥରେ ଗଞ୍ଜେଇ ଚାଷ ନଷ୍ଟ କରିଛି ପୁଲିସ। ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ବନ୍ଦ୍ରୀ ଗାଁ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବେଆଇନ ଭାବେ ୫୨ ଏକର ଜାଗାରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ଅବକାରୀ, ପୋଲିସ ଓ ବନବିଭାଗର କର୍ମଚାରୀ।

ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟିରୁ ଅଧିକ ହେବ।ଗତ ଦୁଇ ଦିନରେ ଚନ୍ଦ୍ରପୁର ଥାନା ଅଞ୍ଚଳରୁ ୫୫ ଏକର ଜାଗାରେ ଲାଗିଥିବା ଗଞ୍ଜଇ ଚାଷକୁ ନଷ୍ଟ କରାଯାଇଥିଲା।

ଏହି ଅଭିଯାନଟି ମୁନିଗୁଡା ଏସଡିପିଓଙ୍କ ନେତୃତ୍ବରେ ଏହି ଅଭିଯାନ ଜାରି ରହିଥିବା ବେଳେ ଏଥିରେ ମୁନିଗୁଡା ବନାଞ୍ଚଳ ଅଧିକାରୀ, ବିଷମକଟକ ଅବକାରୀ ଅଧିକାରୀ ଓ ଏହି ୩ ବିଭାଗର କର୍ମଚାରୀମାନେ ସାମିଲ ଅଛନ୍ତି I

Comments are closed.