ମଧ୍ୟରାତ୍ରିରେ ‘ସକାଳ’

ଭୁବନେଶ୍ବର: ଆଜି ଠାରୁ ପୁଣି ଥରେ ନୂଆ ରୂପରେ ଆତ୍ମପ୍ରକାଶ କରିଛି ଦୈନିକ ଖବରକାଗଜ ‘ସକାଳ’। ନଭେମ୍ବର ୩୦ ଓ ଡିସେମ୍ବର ୧ ସନ୍ଧିକ୍ଷଣରେ ମଧ୍ୟରାତ୍ରିରେ ଉନ୍ମୋଚିତ ହୋଇଛି ନୂଆ ‘ସକାଳ’ର ପହିଲି ସଂଖ୍ୟା। ଏହା ପୂର୍ବରୁ ପ୍ରକାଶ ପାଉଥିଲେ ବି ଆଜି ଠାରୁ ନୂଆ ରୂପରେ ଆଧୁନିକ ଥାଟବାଟ ସହ ପାଠକଙ୍କ ପାଖରେ ପହଞ୍ଚିଛି। ଆଜିର ସଂଖ୍ୟାଟିରେ ୧୮ ବର୍ଷ ଓ ୧୪୬ ସଂଖ୍ୟା ବୋଲି ଉଲ୍ଲେଖ ରହିଛି।
ମଧ୍ୟରାତ୍ରିରେ ହୋଟେଲ ମାରିଅନରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି ‘ସକାଳ’। ଉନ୍ମୋଚନ ଉତ୍ସବରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ପିଆଇବିର ପୂର୍ବତନ ମହାନିର୍ଦ୍ଦେଶକ ତଥା ସକାଳର ମୁଖ୍ୟ ସମ୍ପାଦକ ଡ. ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ କୁମାର ମଲ୍ଲିକ, ସକାଳର ନ୍ୟୁଜ ଏଡିଟର ସମରେନ୍ଦୁ ଦାସ, ନନ୍ଦିଘୋଷ ଟିଭିର ସିଇଓ ଜବରସିଂ ପନୱର ଓ ନନ୍ଦିଘୋଷ ଟିଭିର ସଂପାଦକ ଶିଶିର ଭଟମିଶ୍ର ଉପସ୍ଥିତ ଥିଲେ। ନିର୍ଭୁଲ, ସଠିକ ଓ ସତେଜ ଖବର ପ୍ରସାରଣ କରି ସକାଳ ଜନାଦୃତ ଲାଭ କରିବ ବୋଲି ଅତିଥି ମାନେ ଆଶା ପୋଷଣ କରିଛନ୍ତି।