Odisha Link
Bridging the Missing Links in Odisha

ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ମୃତ

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ହିମିତିରା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ୍ୟୁ ବରଣ କରିଛନ୍ତି।

ଏକ ପିକଅପ୍ ଭ୍ୟାନ ସହ ବାଇକର ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ, ବୁଲୁ ରାଉଳର ଓ ବିନୋଦ ସ୍ବାଇଁ। ସୋମବାର ରାତିରେ ଦୁର୍ଘଟଣା ହୋଇଥିବା ବେଳେ ମଙ୍ଗଳବାର ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ବାଇକ୍ ଚଳାଉଥିବା ରେଢ଼ାଖୋଲ ଅଞ୍ଚଳର ବୁଲୁ ରାଉଳଙ୍କୁ ପିକଅପ୍ ଭ୍ୟାନ୍ ଧକ୍କା ଦେଇଥିଲା । ଫଳରେ ବୁଲୁ ରାଉଳ ବାଇକରୁ ଛିଟିକି ପଡ଼ିଥିଲା । ଅନ୍ୟ ଜଣେ ବିନୋଦ ସ୍ବାଇଁ ବାଇକରେ ରହିଯାଇଥିଲେ ।

ପିକଅପ ଭ୍ୟାନ୍ ଡ୍ରାଇଭର ବୁଲୁ ଓ ବିନେଦଙ୍କୁ ଗୁରୁତର ଅବସ୍ଥାରେ କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିଶୋରନଗର ପୋଲିସ ପିକଅପ ଭ୍ୟାନ୍ ଚଳକଙ୍କୁ ଅଟକ ରଖିବା ସହ ଗାଡିକୁ ଜବତ କରିଛି ।

Comments are closed.