Odisha Link
Bridging the Missing Links in Odisha

ଲ୍ୟାଣ୍ଡମାଇନ ବିସ୍ଫୋରଣ, ଦୁଇ ଜଣ ଗୁରୁତର

ରାୟପୁର: ଲ୍ୟାଣ୍ଡମାଇନ ବିସ୍ଫୋରଣ ଦୁଇ ଜଣ ଆହାତ ହୋଇଛନ୍ତି। ଏହି ବିସ୍ଫୋରଣଟି ଛତିଶଗଡ଼ ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଠାରୁ ୨ କିଲୋମିଟର ଦୂର ରାଜକୋଟ ପାଖରେହୋଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଲ୍ୟାଣ୍ଡମାଇନ ବିଛାଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ବୋଲେରୋରେ ବାସାଗୁଡ଼ା ଆସୁଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ଡ୍ରାଇଭରଙ୍କ ସହ ଅନ୍ୟ ଜଣେ ଆହତ ହୋଇଛନ୍ତି।

 

ଦୁଇ ଗୁରୁତରଙ୍କୁ ନିକଟରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଦୁଇ ଜଣ ହେଲେ ବଳରାମ ପ୍ରଧାନ ଓ ମହମ୍ମଦ ଇକବାଲ। ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

Comments are closed.