Odisha Link
Bridging the Missing Links in Odisha

ପରୀ ପରିବାରକୁ ସୁରକ୍ଷା ଦିଅ: ହାଇକୋର୍ଟ

କଟକ: ନୟାଗଡ ‘ପରୀ’ ମୃତ୍ୟୁ ମାମଲାର ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ। ପରୀ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି। ପରୀର ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଦେବାକୁ ହାଇକୋର୍ଟ ନୟାଗଡ଼ ଏସପିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି।

ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଆସନ୍ତା ୧୬ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ପରୀ ହତ୍ୟାକୁ ନେଇ ଭାରତୀୟ ବିକାଷ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ହୋଇଛି। ଏହି ମାମଲାର ସିବିଆଇ ତଦନ୍ତ ଓ ୨୫ ଲକ୍ଷ କ୍ଷତିପୂରଣ ଦାବିରେ ଏହି ମାମଲା କରାଯାଇଛି।

Comments are closed.