ଦେଶରେ ୩୬୫୯୫ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଦିନକୁ ଦିନ କରୋନା ସଂକ୍ରମଣର ହାର କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୬ହଜାର ୫୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୫୪୦ ଜଣ ଜୀବନ ହାରିଛନ୍ତି।
ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୭୧ ହଜାର ୫୫୯ରେ ପହଁଚିଛି। ଏହା ସହ ୪୨ ହଜାର ୯୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୧ ଲକ୍ଷ ୩୯ ହଜାର ୧୮୮ଜଣ କରୋନା ଆକ୍ରାନ୍ତ ମୃ୍ୟୁ ବରଣ କରିଛନ୍ତି।
ଆକ୍ଟିଭ୍ କେସ ମାମଲାରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନରେ ରହିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଆଦାରରେ ଏବେ ଭାରତ ବିଶ୍ୱର ଦ୍ୱିତୀୟ ସବୁଠାରୁ ଅଦିକ ପ୍ରଭାବିତ ଦେଶ। ସୁସ୍ଥହାର ଭାରତରେ ଅଧିକ ରହିଛି। ମୃତ୍ୟୁ ମାମଲାରେ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟରେ ରହିଛି।