Odisha Link
Bridging the Missing Links in Odisha

ନବଜାତ ଶିଶୁ ବୟସ ୨୭ ବର୍ଷ, ଜାଣନ୍ତୁ କେମିତି…

ନବଜାତ ଶିଶୁ ବୟସ ୨୭ ବର୍ଷ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେରିକାରେ ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ପିଲାଟି ନବଜାତ ହୋଇଥିଲା ବେଳେ ପିଲାଟିର ବୟସ ଭ୍ରୁଣର ଏକ ନିର୍ଦ୍ଧିଷ୍ଟ ସମୟକୁ ନେଇ ଏହି ହିସାବ କରାଯାଇଛି।

ଅକ୍ଟୋବର ୧୯୯୨ରେ ମଲ୍ଲି ନାମକ ଜଣେ ବ୍ୟକ୍ତିଙ୍କ ଭ୍ରୁଣକୁ ଫ୍ରିଜ୍‌ କରାଯାଇଥିଲା। ଏହି ଭ୍ରୁଣ ଫେବୃଆରୀ ୨୦୨୦ରେ, ଗିବସନ୍ ପରିବାରର ଟିନା ଗିବସନ୍ ନାମକ ଜଣେ ମହିଳାଙ୍କ ଗର୍ଭାଶୟକୁ ସ୍ଥାନାନ୍ତର କରାଯାଇଥିଲା। ଯାହା ଫଳରେ ଟିନା ଚଳିତ ବର୍ଷ ଅକ୍ଟୋବରରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

ଟିନା ଗିବସନ୍ ୧୯୯୧ରେ ଜନ୍ମ ହୋଇଥିଲେ। ବେଞ୍ଜାମିନ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରି ଦୀର୍ଘ ୧୦ ବର୍ଷ ଧରି ତାଙ୍କ ସହ ରହିଆସୁଛନ୍ତି। ଟିନାଙ୍କ ସ୍ୱାମୀ ସିଷ୍ଟିକ୍ ଫାଇବ୍ରୋସିସ୍ ନାମକ ଏକ ରୋଗରେ ଆକ୍ରାନ୍ତ। ଏହି ରୋଗ କାରଣରୁ ସେ ବାପା ହୋଇପାରିବେ ନାହିଁ। ଟିନା ସ୍ପର୍ମ ଗ୍ରହଣକରି ଗର୍ଭବତୀ ହୋଇ ଅକ୍ଟୋବରରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଜନ୍ମ ଦେଇଥିବା ଛୁଆ ଠାରୁ ତାଙ୍କର ବୟସ ମାତ୍ର ଦେଢ଼ ବର୍ଷ ତଫାତ୍‌ ବୋଲି ଜଣାପଡ଼ିଛି।

Comments are closed.