ଦିନ ମଜୁରିଆଙ୍କ ନାଁରେ ଜିଏସ୍ଟି ଠକେଇ

ପାରାଦୀପ: ପୁଣି ଜଣେ ଦିନ ମଜୁରିଆଙ୍କ ନାଁରେ ଆସିଛି ଜିଏସ୍ଟି ଠକେଇ ଅଭିଯୋଗ। ପାରାଦୀପର ପିତାମ୍ବରପୁର ଗାଁରେ ରହୁଥିବା ବିଜ୍ଞାନ ସ୍ୱାଇଁଙ୍କ ନାଁରେ ଆସିଛି ଠକେଇ ଅଭିଯୋଗ।ସେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। ତାଙ୍କ ନାଁରେ ପ୍ରାୟ ଦେଢ଼ କୋଟି ଟଙ୍କାର କେହି ଜିଏସ୍ଟି ଠକେଇ କରିଥିବା ଜଣାପଡ଼ିଛି।
ଜଣେ ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ହେଇଛି। ଏଭଳି ଏକ ବଡ଼ ଧରଣର GST ଠକେଇକୁ ନେଇ ଚର୍ଚ୍ଚା ଜୋର ଧରିଛି।ହେଲେ ତାଙ୍କ ନାମରେଜିଏସ୍ଟି ଏନଫୋର୍ସମେଣ୍ଟ ଟିମ୍ ପ୍ରଥମେ ନୋଟିସ କରିବା ସହ ତାଙ୍କ ଘରେ ପହଞ୍ଚି ଛାନଭିନ୍ କରିବା ପରେ ଘଟଣା ପଦାକୁ ଆସିଛି।
ବିଜ୍ଞାନଙ୍କ ନାଁରେ ଗତ ଅଗଷ୍ଟ ମାସରୁ ଏଯାଏ ବ୍ୟବସାୟିକ କାରବାର ହୋଇଛି। ମେସର୍ସ ଉର୍ଜା ଷ୍ଟିଲ ନାମରେ କମ୍ପାନୀ ଖୋଲାଯାଇ ବ୍ୟବସାୟ କରାଯାଇଛି। ବିଜ୍ଞାନଙ୍କ ଫଟୋ ଓ ଆଇଡି ବ୍ୟବହାର କରାଯାଇ ଏଭଳି କେହି ଠକିଥିବା ସୂଚନା ମିଳିଛି।