Odisha Link
Bridging the Missing Links in Odisha

ସକାଳୁ ଖାଲି ପେଟରେ ଚା ପିଇଲେ ହୁଏ ଏହି ସବୁ ରୋଗ, ଜାଣନ୍ତୁ..

ସାଧାରଣତଃ ଅନେକ ଲୋକଙ୍କ ସକାଳୁ ଖାଲି ପେଟରେ ଚା’ ପିଇବା ଅଭ୍ୟାସ ଥାଏ। ତେବେ ଏହା କେତେ ଶରୀର ପାଇଁ କେତେ କ୍ଷତିକାରକ ତାହା କେହି ଜାଣିନଥାନ୍ତି।
ତେବେ ଆସନ୍ତୁ ଜାଣିବା ସକାଳୁ ଖାଲି ପେଟରେ ଚା’ ପିଇବାର କୁପ୍ରଭାବ ବିଷୟରେ..

– ସକାଳୁ ଖାଲି ପେଟରେ ଚା’ ପିଇବା ଦ୍ୱାରା ଧୀରେ ଧୀରେ ପେଟରେ ଘା’ ହୋଇଥାଏ।

– ଯେଉଁମାନେ ସକାଳ ଚା’ରୁ ଦିନର ଆରମ୍ଭ କରନ୍ତି ସେମାନଙ୍କୁ ବାରମ୍ବାର ପରିସ୍ରା ଲାଗିଥାଏ। ଅଧିକ ଥର ପରିସ୍ରା ଯିବା ଦ୍ୱାରା ଶରୀରର ଜଳୀୟ ଅଂଶ ବି କମିଯାଇଥାଏ । ଫଳରେ ଶରୀର ଠିକ ଭାବେ ହାଇଡ୍ରାଟେଡ଼ ହୋଇ ପାରିନଥାଏ । ଫଳରେ ଚର୍ମ ଶୁଷ୍କ ହେବା ସହ ଲୋଚାକୋଚା ହୋଇଯାଏ।

– ଖାଲି ପେଟରେ ଚା’ ପିଇଲେ ବି ମୁହଁରୁ ଏକ ପ୍ରକାର ଦୁର୍ଗନ୍ଧ ବାହାରି ଥାଏ।

– ଚା’ ସେବନ କରିବା ଦ୍ୱାରା ହାଡ଼ରେ କଷ୍ଟ ଅନୁଭବ ହେବା ସହିତ ଦାନ୍ତ ମଧ୍ୟ ହଳଦିଆ ପଡ଼ିଯାଏ।

– ଚା’ରେ ଅଧିକ ପରିମାଣରେ କାଫିନ ମହଜୂତ ଥାଏ। କିଛି ନ ଖାଇ ଏହାକୁ ପିଇବା ଦ୍ୱାରା ପେଟ ମଧ୍ୟ ଠିକରେ ସଫା ହୋଇ ନଥାଏ । ପେଟ ଠିକରେ ସଫା ନ ହେଲେ ଶରୀରରେ ରୋଗ ହେବାର ଆଶଙ୍କା ଅଧିକ ଥାଏ।

– ସକାଳୁ ଖାଲି ପେଟରେ ଚା’ ପିଇବା ଦ୍ୱାରା ଏସିଡ଼ିଟି ବା ଗ୍ୟାସ ହେବାର ଆଶଙ୍କା ବି ବଢିଯାଏ।

– ସକାଳୁ ଉଠି ଖାଲି ପେଟରେ ଚା’ ପିଇବା ଦ୍ୱାରା ପାଚନ ଜନିତ ସମସ୍ୟା ହୋଇଥାଏ। ପ୍ରକୃତରେ ଗଟ ନାମକ ଏକ ବ୍ୟାକ୍ଟେରିଆ ଆମ ପାଚନ ତନ୍ତ୍ର ମଜବୁତ ରଖିବାରେ ସାହାଯ୍ୟ କରିଥାଏ । ଖାଲି ପେଟରେ ଚା’ ପିଇଲେ ଏହି ବ୍ୟାକ୍ଟେରିଆ ଗୁଡିକ କ୍ଷତିଗ୍ରସ୍ତ ହୋଇଥାନ୍ତି।

– ଚା’ ପିଇବା ଦ୍ୱାରା ଏଥିରେ ଥିବା ଶର୍କରା ମଧ୍ୟ ଶରୀର ମଧ୍ୟକୁ ଯାଇଥାଏ। ଯଦ୍ଵାରା ଓଜନ ବଢ଼ିଥାଏ ଏବଂ ମୋଟାପଣ ପରି ସମସ୍ୟା ଦେଖାଯାଏ।