Odisha Link
Bridging the Missing Links in Odisha

ରାଜଧାନୀରେ କରୋନା: ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୨୪ଘଣ୍ଟାରେ ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୬ ଓ ସ୍ଥାନୀୟ ଅଂଚଳରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହା ସହ ୪୦ ଜଣ ସୁସ୍ଥ ହୋଇଛନ୍ତି।ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୯୨୬କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ସୁସ୍ଥ ହୋଇଛନ୍ତି ୩୦ ହଜାର ୩୧୪ ସଂକ୍ରମିତ । ରାଜ୍ୟରେ ୩୬୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୨୫ ଜଣଙ୍କର ମୃତ୍ୟୁ ଘଟିଛି।

 

Comments are closed.