Odisha Link
Bridging the Missing Links in Odisha

ମ୍ୟାଚ୍‌ ସମୟରେ ଅଭଦ୍ର ଭାଷା କହିଲେ ଏହି ଖେଳାଳି, ଆଇସିସି ନେଲା ବଡ଼ ପଦକ୍ଷେପ

ସିଡନୀପାର୍କ: ପ୍ରଥମ ଟେଷ୍ଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ଘରୋଇ ନ୍ୟୁଜିଲାଣ୍ଡ ଦଳ। ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜକୁ ଏକ ଇନିଂସ ଓ ୧୩୪ ରନରେ ପରାସ୍ତ କରିଛି। ଯାହାଫଳରେ ନ୍ୟୁଜିଲାଣ୍ଡ ଦଳ ୧-୦ରେ ଆଗୁଆ ରହିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଅଲରାଉଣ୍ଡରଙ୍କ ଉପରେ ଜୋରିମାନା ଲଗାଇଛି ଆଇସିସି।

ପ୍ରଥମ ଟେଷ୍ଟ ମ୍ୟାଚରେ ଅଭଦ୍ର ଭାଷାର ବ୍ୟବହାର କରିଥିବାରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି) ଡ୍ୟାର୍ଲି ମିଚେଲଙ୍କ ମ୍ୟାଚ ଫିର ୧୫ ପ୍ରତିଶତ କାଟି ଦେଇଛି। ଆଇସିସି ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ମିଚେଲ ଆଚାର ସଂହିତାର ଧାରା ୨.୩ ଉଲ୍ଲଂଘନ କରିଛନ୍ତି। ସେ ଶନିବାର ଦିନ ଦ୍ବିତୀୟ ଇନିଂସର ୬୨ ତମ ଓଭରରେ ଓ୍ବେଷ୍ଟଇଣ୍ଡିଜର ଅଧିନାୟକ ଜେସନ ହୋଲଡରଙ୍କୁ ଅଭଦ୍ର ଭାଷା କହିଥିଲେ।

ଏଥିସହିତ ୨୯ ବର୍ଷିୟ ଏହି ଅଲରାଉଣ୍ଡରଙ୍କ ନାମରେ ଏକ ଡିମେରିଟ୍‌ ପଏଣ୍ଟ ଜୋଡ଼ି ହୋଇ ଯାଇଛି। ସୂଚନାଥାଉକି, ଯଦି କୌଣସି ଖେଳାଳିଙ୍କ ନାମରେ ୨ବର୍ଷ ମଧ୍ୟରେ ୪ ଡିଭେରିଟ୍‌ ପଏଣ୍ଟ ଜୋଡ଼ି ହୁଏ ତେବେ ତାଙ୍କ ଉପରେ ବ୍ୟାନ୍‌ ଲଗାଇ ପାରେ ଆଇସିସି।

Comments are closed.