କରୋନାରେ ଚାଲିଗଲେ ଦିବ୍ୟା ଭଟ୍ଟନାଗର

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟକା। ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ପରଲୋକ ହୋଇଛି। ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଦେଇଛନ୍ତି ଦିବ୍ୟା। କିଛି ଦିନ ହେଲା ଦିବ୍ୟା ଭେଣ୍ଟିଲେଟରରେ ରହିଥିଲେ। ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ରେ ଗୁଲାବୋ ଭୂମିକାରେ ସେ ଅଭିନୟ କରୁଥିଲେ।
କିଛି ଦିନ ତଳେ ଦିବ୍ୟା କରୋନା ଭାଇରସ୍ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ଗୋରେଗାଓଁ ସ୍ଥିତ ଏସଆରଭି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ନିମୋନିଆ ହୋଇଥିବା ଜଣାପଡିଥିଲା।
ଦିବ୍ୟାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କ ଅକ୍ସିଜେନ୍ ଲେଭଲ କମ୍ ରହୁଥିଲା ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଭେଣ୍ଟିଲେଟରରେ କିଛି ଦିନ ଜୀବନମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛନ୍ତି ଦିବ୍ୟା।