Odisha Link
Bridging the Missing Links in Odisha

ଗିରଫ ହେଲେ ୭ ନକଲି ମାଓବାଦୀ

ଭୁବନେଶ୍ବର: ଆନ୍ଧ୍ର-ଓଡ଼ିଶା ସୀମାନ୍ତରୁ ୭ ନକଲି ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୫ଟି ଦେଶୀ ବନ୍ଧୁକ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ଜବତ କରାଯାଇଛି।

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପାଲକୋଣ୍ଡା ପୁଲିସ ମାଓବାଦୀମାନଙ୍କୁ ଗିରଫ କରିଛି। ବନ୍ଧୁକ ସହ ୧୦ ରାଉଣ୍ଡ ଗୁଳି, ଗୋଟିଏ ଟ୍ୟାବ୍, ୩ଟି ମୋବାଇଲ, ନକ୍ସଲ ବ୍ୟବହୃତ ଡ୍ରେସ୍, ୨ଟି ନକଲି ପିସ୍ତଲ ଆଦି ଜବତ କରାଯାଇଛି।

ପ୍ରକାଶ ଯେ, ଗତକାଲି ବୀରଘାଟମ ଗାଁର ବାସିନ୍ଦା ତଥା ଗୁଟଖା ବ୍ୟବସାୟୀ ସୁରେଶଙ୍କ ଘରକୁ ୩ ଜଣ ନକଲି ମାଓବାଦୀ ୧ ଲକ୍ଷ ଟଙ୍କା ଦେବା ପାଇଁ ଧମକଚମକ ଦେଇଥିଲେ। ବନ୍ଧୁକ ଦେଖି ସୁରେଶ ଭୟରେ ଚିତ୍କାର କରିବାରୁ ଘଟଣାସ୍ଥଳରୁ ଏମାନେ ଫେରାର ହୋଇଯାଇଥିଲେ। ଏନେଇ ସ୍ଥାନୀୟ ପୁଲିସରେ ଅଭିଯୋଗ କରାଯାଇଥିଲା।

ପ୍ରଥମେ ୩ଜଣଙ୍କୁ ଗିରଫ କରିବା ପରେ ଅନ୍ୟମାନଙ୍କୁ ଧରିଥିଲା ପୁଲିସ। ଗିରଫ ନକଲି ମାଓବାଦୀଙ୍କ ନାଁରେ ପୂର୍ବରୁ ଗଜପତି ଜିଲ୍ଲା କାଶୀନଗରଠାରେ ଜଣେ ଚାଉଳ ବ୍ୟବସାୟୀଙ୍କୁ ଧମକ ଦେଇ ଟଙ୍କା ଆଦାୟ ନେଇ ଅଭିଯୋଗ ରହିଛି।

Comments are closed.